ଗୌରୀ ମିଶ୍ର ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କଲା ରାୟଗଡା ଜ଼ିଲ୍ଲା ପୋଲିସ

ରାୟଗଡା (ସଖପ୍ର): ବହୁ ଚର୍ଚ୍ଚିତ ଓ ବହୁ ପ୍ରତୀକ୍ଷିତ ଗୁଣପୁର ବଂଶଧାରା ନଦୀ ପୋଲ ଉପରେ ଆଶା ସଂସ୍ଥାର ନିର୍ଦେଶକ ଗୈାରି ମିଶ୍ରଙ୍କୁ ଗୁଳିକରି ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ କରିଛି ପୁଲିସ । ଜମି କିଣାବିକା ବିବାଦ ଯୋଗୁଁ ସ୍ବେଚ୍ଛାସେବୀ ଗୌରୀ ମିଶ୍ରଙ୍କୁ କରାଯାଇଥିଲା ହତ୍ୟା । ହତ୍ୟାକାଣ୍ଡରେ ସଂପୃକ୍ତ ୭ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଗୁଣୁପୁର ପୁଲିସ । ମୁଖ୍ୟ ଅଭିଯୁକ୍ତ ତଥା ସୁପାରୀ କିଲର ରାଜେଶକୁ ମଧ୍ୟ ଆନ୍ଧ୍ରପ୍ରଦେଶର ଆନନ୍ଦପୁର ଅଞ୍ଚଳରେ ହତ୍ୟାକରି ପୋତି ଦେଇଥିଲେ ଷଡଯନ୍ତ୍ର କାରୀ । ଏହି ଡବଲ ମର୍ଡର ଘଟଣାରେ ପୁଲିସ ଆର କ୍ରିଷ୍ଣା, ଏ ଗୋବିନ୍ଦା, ଡି ଭେଙ୍କେଟ ରାଓ, ଆକାଶ ବଡ଼ପୁ, ବିନୋଦ ବାଉରୀ, କେ ଅରୁଣ କୁମାର ଓ ମୁନା ପିଡ଼ିକାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ମଟର ସାଇକେଲ ଓ ଦେଶୀ ଗୁଳି ଗୋଳା ଜବତ କରାଯାଇଛି । ଗତ ମେ ୧୩ ତାରିଖର ରାତ୍ରି ୯.୪୦ ସମୟରେ ବଂଶଧାରା ପୋଲ ଉପରେ ଅଜଣା ଆତତାୟୀଙ୍କ ଗୁଳିରେ ସ୍ବେଚ୍ଛାସେବୀ ଗୈାରି ମିଶ୍ର ମୃତ୍ୟୁବରଣ କରିଥିଲେ। ଏହି ହତ୍ୟାକାଣ୍ଡ ଘଟଣା ସମ୍ପର୍କରେ ଜାଣିଥିବା ଭି ରାଜେସ ନାମକ ଜଣେ ଯୁବକକୁ ଗତ ୧୯ ତାରିଖରୁ ବିଶାଖାପାଟଣାରୁ କିଛି ଦୁର୍ବୃତ୍ତ ନିଖୋଜ କରିଦେଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ରାଜେସଙ୍କ ମା ।

ଗୈାରି ମିଶ୍ର ହତ୍ୟାକାଣ୍ଡ ଘଟଣାର ଦେଢ ମାସ ବିତିଥିଲେ ମଧ୍ୟ ଏଥିରେ ସଂପୃକ୍ତ ଅପରାଧୀଙ୍କ ସମ୍ପର୍କରେ ପୋଲିସ୍ କୌଣସି ଟେର୍ ପାଇନଥିବା ବେଳେ ହଠାତ୍ ଗୁଣପୁର କୁମ୍ଭାର ସାହିର ଭି ଲକ୍ଷ୍ମୀ ନାମକ ଜଣେ ମହିଳା ଗୁଣପୁର ଥାନାର ଦ୍ବାରସ୍ତ ହୋଇ ନିଜ ପୁଅ ଭି ରାଜେସ ଗତ ୧୯ ତାରିଖ ରବିବାର ଠାରୁ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ୍ ତଦନ୍ତ ପ୍ରକ୍ରିୟା ଜୋରଦାର୍ କରିଥିଲେ । ରାଜେସ୍ ର ମା କହିବା ଅନୁଯାୟି କ୍ରିଷ୍ଣା ଓ ଜିକେ ନାମକ ବ୍ୟକ୍ତି ଏଥିରେ ସମ୍ପୃକ୍ତି ଥିବା ନେଇ ତାଙ୍କ ପୁଅ ରାଜେସ ଜାଣିଥିଲେ । ପରବର୍ତୀ ମୁହୁର୍ତରେ ନିଖୋଜ ଥିବା ଭି ରାଜେସକୁ ଗୈାରି ମିଶ୍ର ହତ୍ୟାକାଣ୍ଡ ଘଟଣାର ପ୍ରମାଣ ନଷ୍ଟ ପାଇିଁ ବିଶାଖାପାଟଣାରେ ହତ୍ୟା କରାଯାଇଥିବା ପୋଲିସ୍ ଜାଣିବାକୁ ପାଇଥିଲେ। ନିଖୋଜ ଥିବା ଭି ରାଜେସ୍ କୁ ହତ୍ୟା କରି ବିଶାଖାପାଟଣାର ଆନନ୍ଦପୁର ଥାନା ଅନ୍ତର୍ଗତ ଗାଣ୍ଡିଂଗୁଣ୍ଡଂ ଠାରେ ଏକ ଜଙ୍ଗଲ ନିକଟରେ ପୋତିଦେଇଥିବା ପୋଲିସ୍ ଦେଖିବାକୁ ପାଇଥିଲେ । ଆନ୍ଧ୍ର ଓ ଓଡିଶା ପୁଲିସଙ୍କ ଉଦ୍ୟମରେ ଶବ ଉଦ୍ଧାର କରାଯାଇଥିଲା । ଫିଲ୍ମ ଷ୍ଟାଇଲ୍ ରେ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଘଟାଇଥିବା ଏହି ଅଭିଯୁକ୍ତମାନଙ୍କ ପଛରେ କେତେଜଣ ସଂପୃକ୍ତ ଅଛନ୍ତି,କାହିଁକି ଗୈାରି ମିଶ୍ରକୁ ପ୍ରଥମେ ହତ୍ୟା କରାଇଲେ ଏହାପରେ ଭି ରାଜେସ୍ କୁ ପ୍ରମାଣ ନଷ୍ଟ ପାଇିଁ କାହିଁକି ଆଉ ଏକ ହତ୍ୟା କଲେ ଏହି ସବୁ ଘଟଣାରେ ପୋଲିସ୍ ତଦନ୍ତ ତ୍ୱରାନ୍ୱିତ କରି ହତ୍ୟାକାଣ୍ଡରେ ସଂପୃକ୍ତ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇଛି ।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ଜ଼ିଲ୍ଲା ପ୍ରତିନିଧିଙ୍କ ରିପୋର୍ଟ