01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସୌନ୍ଦର୍ଯ୍ୟକରଣକୁ ଅନୁଧ୍ୟାନ କଲା କାୟାକଳ୍ପ ଟିମ

ଯାଜପୁରଜିଲ୍ଲା: ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସୌନ୍ଦର୍ଯ୍ୟକରଣକୁ ଅନୁଧ୍ୟାନ କରିବାକୁ ଡାକ୍ତରଖାନାରେ ପହଞ୍ଚିଛନ୍ତି କାୟାକଳ୍ପ ଟିମ । ଆଜି କାୟାକଳ୍ପର ଓଡିଶା ସଂଯୋଜକ ଡାକ୍ତର ଆଦିତ୍ୟ ମହାପାତ୍ର, ଡାକ୍ତର ସୁଧାଂଶୁ ଶେଖର ସାମନ୍ତ ଓ ସୌମ୍ୟରଞ୍ଜନ ପାଣି ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। ଏହି ପ୍ରତିନିଧି ଦଳ ଡାକ୍ତରଖାନାର ସଫେଇ,ଡ୍ରେନେଜ,ପାରିପାର୍ଶ୍ବିକ ଉନ୍ନତି, ଡାକ୍ତରଖାନାର ସୌନ୍ଦର୍ଯ୍ୟକରଣ,ବିଗତ ଦିନରେ ସରକାରୀ କାର୍ଯ୍ୟକ୍ରମର ସଚେତନତା ଓ ରୋଗୀ ସେବା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ସୂଚନା ମୁତାବକ ଏହି ପ୍ରତିନିଧି ଦଳ ଡାକ୍ତରଖାନାର ଉନ୍ନତି କରଣ ଓ ସେବା ଉପରେ ସନ୍ତୋଷ ପ୍ରକାଶ କରନ୍ତ ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଡାକ୍ତର ଖାନାକୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ଅଛି। କାୟାକଳ୍ପ ପ୍ରତିନିଧିଙ୍କ ଗ୍ରସ୍ତ ସମୟରେ ଯାଜପୁର ରୋଡ ଡାକ୍ତରଖାନାର ମୁଖ୍ୟ ପରିଚାଳକ ଡାକ୍ତର ସନ୍ତୋଷ କୁମାର ପୃଷ୍ଟିଙ୍କ ସମେତ ଡାକ୍ତରଖାନାର କର୍ମଚାରୀ ଉପସ୍ଥିତ ଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *