05/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗୋଷ୍ଠୀ ସଂଘର୍ଷ ପାଇଁ ଶାନ୍ତି କମିଟି ଗଠିତ…

ମାଲକାନଗିରି (ସ.ଖ.ପ୍ର ):କିଛି ଦିନ ତଳେ ସରକାରୀ ଜମିରେ ଚାଷ କରିବାକୁ ନେଇ ଏମ ପି ଭି -୮୧ ଓ କୋଇକୋଣ୍ଡା ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା |ଏଥିରେ ୧୨ ଜଣ ଆହତ ହୋଇଥିଲେ |ଏହାପରେ ସେଠି ଚାପା ଉତ୍ତେଜନା ଜାରି ରହିଥିଲା |ଏହାକୁ ନେଇ ଉଭୟ ଗୋଷ୍ଠୀ ଥାନାରେ ଏତଲା ଦେଇଥିଲେ |ଉତ୍ତେଜନାକୁ ପ୍ରଶମିତ କରିବା ପାଇଁ ଏକ ଶାନ୍ତି କମିଟି ତିଆରି ହୋଇଥିଲା |ଏହି ବୈଠକ ମହାରାଜପଲ୍ଲୀ ପଂଚାୟତ ସମ୍ମିଳନୀ କକ୍ଷରେ ବସିଥିଲା |ଏଥିରେ କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆ, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, ପଡିଆ ବ୍ଲକ ଅଧ୍ୟକ୍ଷ ଦେବା ମାଡକାମୀ , ମହାରାଜପାଲ୍ଲୀ ସରପଞ୍ଚ ରଶ୍ମିତା ମାଡକାମୀ, ବିଶ୍ୱନାଥ ରେଡି ଓ ଅନ୍ୟ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ |ଏଠାରେ ଆମେ ଶାନ୍ତିରେ ରହିବା, ନିଜ ମଧ୍ୟରେ ମାଡ଼ଗୋଳ କରିବା ନାହିଁ ବୋଲି ୨ ଗାଁ ର ମୁରବିମାନେ ମାନିଥିଲେ |ସରକାରୀ ନିୟମାନୁସାରେ ଆଗକୁ ସବୁ ନିର୍ଧାରଣ ହେବ ଏବଂ ୨ ଗୋଷ୍ଠୀର ଏତଲା ଅନୁସାରେ ପୋଲିସ ତାହାର ତଦନ୍ତ ଜାରିରଖିବ|ଏଥିରେ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନେ ଦଣ୍ଡିତ ହେବେ |ଶାନ୍ତି କମିଟିର ଶାନ୍ତି ପ୍ରତିଷ୍ଠା ପଦେକ୍ଷପକୁ ଅଂଚଳବାସୀ ପ୍ରଶଂସା କରିଛନ୍ତି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *