03/25/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗୋପାଳ ସମାଜ ତରଫରୁ ନନ୍ଦ ଉତ୍ସବ ପାଳିତ

ଜୟପୁର (ସଖପ୍ର): ଆଜି ଜୟପୁର ଯାଦବ ଭବନରେ ନନ୍ଦୋତ୍ସବ ପାଳନ କରାଯାଇଛି। ପରମେଶ୍ବର ପାତ୍ରଙ୍କ ଆହ୍ବାନକ୍ରମେ ଏହି ଉତ୍ସବ ପାଳିତ ହୋଇଥିଲା। ସକାଳ ୯ଘଟିକା ସମୟରେ ପାରମ୍ପରିକ ପୂଜାପାଠ ସହ ଭଜନ କୀର୍ତ୍ତନ ହୋଇଥିଲା। ପରେ ଗୋପାଳ ସମାଜ ତରଫରୁ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଦିନରେ ଗୋପାଳ ସମାଜର ବିଭିନ୍ନ ସମସ୍ୟା ସରକାରଙ୍କ ଠାରେ ଉପସ୍ଥାପନ କରାଯିବ ଓ ସମସ୍ତଙ୍କୁ ଓବିସି ପ୍ରମାଣପତ୍ର କିପରି ସୁବିଧାରେ ମିଳି ପାରିବ ସେ ଦିଗରେ ଗୋପାଳ ସମାଜ ସମସ୍ତ ଗୋପାଳ ମାନଙ୍କୁ କିପରି ସାହାଯ୍ୟ କରିବ ସେ ଦିଗରେ ଧ୍ୟାନ ଦିଆଯିବାକୁ ଆଲୋଚନା ହୋଇଥିଲା। ବୈଠକ ଶେଷରେ ସମସ୍ତେ ପ୍ରୀତି ଭୋଜନ କରିଥିଲେ। ଆବାହକ ପରମେଶ୍ବର ପାତ୍ର ଏହି ଯାଦବ ପରମ୍ପରାକୁ ବଞ୍ଚାଇ ରଖିବାକୁ ସମସ୍ତଙ୍କୁ ନିବେଦନ କରିଥିବା ବେଳେ ସାଧାରଣ ସଂପାଦକ ରାଜେନ୍ଦ୍ର ଗୌଡ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଏଥିରେ ଉପଦେଷ୍ଟା ସାଥିରାମ ଗୌଡ,ଡ଼ ସୁଦର୍ଶନ ଗୌଡ, ନରେଶ ମହାକୁଳ,ପିତାମ୍ବର ମାଣିଆ,ଉପେନ୍ଦ୍ର ଗୌଡ,କୃଷ୍ଣଚନ୍ଦ୍ର ଗୌଡ,ରାମଚନ୍ଦ୍ର ମହାକୁଡ, ସୁଶାନ୍ତ ଦାସ, ତ୍ରିନାଥ ଗୌଡ଼ ସନ୍ତୋଷ ପାତ୍ର, ଗଜେନ୍ଦ୍ର ସାହୁ, ପୁରୁଷୋତ୍ତମ ସାହୁ,ଅଭିମନ୍ୟୁ ମହାରଣା, ଵାଲା ରାୟ, ସତ୍ୟ ପଟ୍ଟନାୟକ ପ୍ରମୁଖ ସହରର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

ପ୍ରତିନିଧି ସନ୍ତୋଷ କୁମାର ପାତ୍ର

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *