11/13/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

“ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟବୀମା ଯୋଜନା”ରେ ଲାଭ ଉଠାଉଛନ୍ତି ନକଲି ସାମ୍ବାଦିକ

କୋରାପୁଟଜିଲ୍ଲା (ସଖପ୍ର): “ଓଡିଶା ରାଜ୍ୟ କାର୍ଯ୍ୟରତ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନା-୨୦୧୬”। ତା୧୫/୦୧/୨୦୧୮ରିଖ ସୂଚନା ଲୋକସଂପର୍କ ବିଭାଗର ଡାଇରେକ୍ଟର ଲକ୍ଷ୍ମୀଧର ମହାନ୍ତି ରାଜ୍ୟର ସବୁ ଜିଲ୍ଲାପାଳ ମାନଙ୍କୁ ଏକ ଚିଠି କରିଥିଲେ। ଚିଠିର ବିଷୟବସ୍ତୁ ଥିଲା କାର୍ଯ୍ୟରତ ସାମ୍ବାଦିକ ଚିହ୍ନଟ ଓ ସେମାନଙ୍କୁ ସରକାରଙ୍କ “ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟବୀମା ଯୋଜନା”ରେ ସାମିଲ କରିବା। ଏହି ଚିଠିରେ ଉଲ୍ଲେଖ ରହିଛି ଜିଲ୍ଲା ପ୍ରଶାସନ “Working Journalist act-1955″କୁ ଅନୁସରଣକରି ପ୍ରତି ଜିଲ୍ଲାର ସୂଚନା ଓ ଲୋକସଂପର୍କ ଅଧିକାରୀ କାର୍ଯ୍ୟରତ ସାମ୍ବାଦିକ ଚିହ୍ନଟକରି ଚିଠା ପ୍ରସ୍ତୁତ କରିବେ। ଏହି ଚିଠା ଜିଲ୍ଲାପାଳଙ୍କ ଦ୍ବାରା ଅନୁମୋଦନ ହୋଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗରେ ପହଞ୍ଚିବ ଓ ଏହି କାର୍ଯ୍ୟରତ ସାମ୍ବାଦିକ ମାନେ ସରକାରଙ୍କ “ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟବୀମା ଯୋଜନା”ରେ ଉପକୃତ ହେବେ। ଏହିକ୍ରମରେ ପ୍ରତିବର୍ଷ କାର୍ଯ୍ୟରତ ସାମ୍ବାଦିକ ଚିଠା ପ୍ରସ୍ତୁତ କରାଯାଉଛି। କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି ଏହି ଚାରୋଟି ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ଚିହ୍ନଟରେ ଅନିୟମିତତା ହୋଇଥିବା ଜିଲ୍ଲାର ସାମ୍ବାଦିକମାନେ ମତ ପ୍ରକାଶ କରିଛନ୍ତି। ଅର୍ଥାତ ସୂଚନା ଓ ଲୋକସଂପର୍କ ଅଧିକାରୀବୃନ୍ଦ ଇଚ୍ଛାକୃତ ଭାବେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଚିଠା ପ୍ରସ୍ତୁତ କରିଥିବା ଜାଣିବାକୁ ମିଳିଛି। ଏହି ଚିଠାରେ ସାମାଜିକ ଗଣମାଧ୍ୟମର ଆତ୍ମଘୋଷିତ ସାମ୍ବାଦିକ ମାନଙ୍କ ନାମ ସ୍ଥାନପାଇଥିବା ବେଳେ ମୁଦ୍ରିତ ଗଣମାଧ୍ୟମର କେତେକ ଖବରକାଗଜ ଦୀର୍ଘଦିନହେଲା ପ୍ରକାଶିତ ନ ହୋଇ ବନ୍ଦହୋଇପଡିଥିବା ସମ୍ବାଦପତ୍ରର ସାମ୍ବାଦିକ ସ୍ଥାନପାଇଛନ୍ତି। କେତେକ ସମ୍ବାଦିକ ନକଲି ପରିଚୟପତ୍ର ଦେଇ କାର୍ଯ୍ୟାଳୟର କର୍ମଚାରୀଙ୍କୁ ଆପାୟୀତ ବା ହାତକରି ଏହି ଚିଠାରେ ସ୍ଥାନପାଇ ସରକାରଙ୍କ “ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟବୀମା ଯୋଜନା”ର ଲାଭ ଉଠାଇ ପାରିଛନ୍ତି। ଏହି ଚିଠାକୁ ଯାଞ୍ଚ କରାଯାଇ ନକଲୀ ବେଶଧାରୀ ସାମ୍ବାଦିକ ମାନଙ୍କ ନାମରେ ଜିଲ୍ଲା ପ୍ରଶାସନ ତରଫରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବୀ ହେଉଛି।

ତା୧୫/୦୧/୨୦୧୮ରିଖ ସୂଚନା ଓ ଲୋକସଂପର୍କ ବିଭାଗରୁ ହୋଇଥିବା ଚିଠି

“Working Journalist” means a person whose principal avocation is that of a journalist and [who is employed as such, either whole-time or part-time, in, or in relation to, one or more newspaper establishment], and includes an editor. a leader writer, news- editor, sub-editor, feature-writer, copy-tester, reporter, correspondent, cartoonist, news-photographer and proof-reader, but does not include any such person, who Is employed mainly in a managerial or administrative capacity; or Being employed in a supervisory capacity,

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *