ଗୋଡ଼ଭଗା ଛକରେ ରାଜ୍ ମିଡ଼ିଆ ପରିବାର ଏବଂ ରାଜ୍ ଲକ୍ଷ୍ମୀ ଏନଜିଓ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ବରଗଡଜିଲ୍ଲା: କରୋନା ମହାମାରୀ ଅତି ଭୟଙ୍କର କାୟା ବିସ୍ତାର କରି ସାରା ବିଶ୍ୱରେ ଜନ ଜୀବନକୁ ଦୋହଲାଇ ଦେଇଛି । ଏନେଇ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କ ଜୀବନକୁ ଯେଭଳି ମହାମାରୀ ଛୁଇଁ ନପାରିବ ସେଥିପ୍ରତି ବିଭିନ୍ନ ପ୍ରକାର ଆଗୁଆ ପଦକ୍ଷେପ ମାନ ଗ୍ରହଣ କରି ଜିଲ୍ଲା ତଥା ବ୍ଲକ ପ୍ରଶାସନକୁ ଲୋକଙ୍କ ସାମାଜିକ ଦୂରତା ରକ୍ଷା କରି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିବାବେଳେ ଅମାନିଆଙ୍କୁ ଦଣ୍ଡିତ କରିବା ପାଇଁ କଡା ନିର୍ଦ୍ଦେଶ ରହିଛି। ବିଭିନ୍ନ ସଂଗଠନ ସଚେତନ କରିବା ଦିଗରେ ତାଙ୍କର ଭୁମିକା ନିର୍ବାହ କରୁଛନ୍ତି। ସେହିପରି ଆଜି ରାଜ୍ ମିଡ଼ିଆ ପରିବାର ଏବଂ ରାଜ୍ ଲକ୍ଷ୍ମୀ ଏନଜିଓର ମିଳିତ ଉଦ୍ୟମରେ ରାଜ୍ ମିଡ଼ିଆର ପଶ୍ଚିମ ଓଡିଶା ବ୍ୟୁରୋ ମୁଖ୍ୟ ନବୀନ ଦାଶଙ୍କ ତତ୍ୱାବଧାନରେ ବରଗଡ଼ଜିଲ୍ଲା ଅତାବିରା ବ୍ଲକ ଗୋଡ଼ଭଗା ଛକରେ ଯିବା ଆସିବା ଲୋକଙ୍କ ହାତ ସାନିଟାଇଜ କରିବା ସହ ବରମ୍ବାର ହାତ ଧୋଇବା, ଅତ୍ୟାବଶ୍ୟକ ନହେଲେ ଘରୁ ନ ବାହାରିବା, ସାମାଜିକ ଦୂରତା ରକ୍ଷା କରିବା ପାଇଁ ବୁଝାଇ ମାସ୍କ ବଣ୍ଟନ କରି ଛକରେ ଯାଞ୍ଚ ତଥା ସଚେତନତା କାର୍ଯ୍ୟକ୍ରମରେ ରହି ଅଞ୍ଚଳକୁ ମହାମାରୀ ଛୁଇଁ ନପାରିବା ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟରତ ଥିବା ରାଜସ୍ୱ ବିଭାଗ, ପୋଲିସ ବିଭାଗର ଅଧିକାରୀ ଏବଂ କର୍ମଚାରୀ ମାନଙ୍କ ହାତକୁ ସାନିଟାଇଜ କରି ମାସ୍କ, ଜୁସ ଓ ପାଣି ଦିଆଯାଇଥିଲା।ସେହିପରି ଚାଷୀ ନିଜ ସମସ୍ୟା ନେଇ ଦୁଲମପୁର ଆର ଆଇ ଅଫିସକୁ ଯାଇ ଲୋକଙ୍କୁ କରୋନାର ମୁକାବିଲା ପାଇଁ ସଚେତନତା କରି ହାତ ସାନିଟାଇଜ କରିବା ସହ ଗୋଡ଼ଭଗା ଫାଣ୍ଡି ଅଧିକାରୀ ତଥା କର୍ମଚାରୀ ମାନଙ୍କ ହାତ ସାନିଟାଇଜ କରିବା ସହ ଜୁସ ବଣ୍ଟନ କରାଯାଇଥିଲା।ଏଥିରେ ରାଜ୍ ମିଡ଼ିଆର ବରଗଡ଼ବ୍ଲକ ପ୍ରତିନିଧି ବଳରାମ ତ୍ରିପାଠୀ, ବରଗଡ଼ ଟାଉନ ପ୍ରତିନିଧି ସନାତନ ବାରିକ, ଅତାବିରା ଏନଏସି ପ୍ରତିନିଧି ସ୍ୱଦୀପ ଅଗ୍ରୱାଲ, ଭେଡେନବ୍ଲକ ପ୍ରତିନିଧି ଅର୍ଜୁନ ଦାଶ ଯୋଗଦେଇଥିବା ବେଳେ ସମାଜର ରେଙ୍ଗାଲିକେମ୍ପ ପ୍ରତିନିଧି ଆକାଶ ମିଶ୍ର ପ୍ରମୁଖ ସଚେତନ କାର୍ଯ୍ୟକ୍ରମରେ ସାମିଲ ଥିଲେ ।
ବରଗଡ ବ୍ୟୁରୋ ମୋତିଲାଲ ବାଗ