02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗୃହ ରାଷ୍ଟ୍ରମନ୍ତ୍ରୀ ମିଛ କହିଛନ୍ତି, କଂଗ୍ରେସ

ଭୁବନେଶ୍ୱର :(ଏନ୍ ପୁରୁଷୋତ୍ତମ ରେଡି/ସବୁବର୍ଗ ଖବର): ନୟାଗଡ ଜିଲ୍ଲା ଶରଣକୁଳ ଅନ୍ତର୍ଗତ କୋଟରମ, ଖଲିପାଟଣା ଗ୍ରାମର ୧୫ ପରିବାର ୧୪ ବର୍ଷ ହେଲା କଙ୍ଗାରୁ କୋର୍ଟର ଶିକାର ହୋଇ ଗ୍ରାମକୁ ଫେରିପାରୁନାହାନ୍ତି। ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଏନେଇ ଆସିଥିବା ନିର୍ଦ୍ଦେଶକୁ ଚାପି ଦିଆଯାଇଛି। ବିଧାନସଭାରେ ମିଥ୍ୟା ତଥ୍ୟଦେଇ ଗୃହକୁ ଭ୍ରମିତ କରାଯାଉଛି। ଏଥିପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଉ। ଏହି ଦାବୀ କରିଛନ୍ତି କଂଗ୍ରେସ ନେତା ନିଶୀକାନ୍ତ ମିଶ୍ର। ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଛନ୍ତି ଗ୍ରାମର ବିତାଡିତ ପରିବାରଙ୍କୁ ନେଇ ଗୃହମନ୍ତ୍ରୀ ବିଧାନସଭାରେ ଯେଉଁ ତଥ୍ୟ ରଖିଥିଲେ ତାହା ଭୁଲ। ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ପ୍ରଶାସନ ସେମାନଙ୍କ ସହ ଯୋଗାଯୋଗ କରି ନଥିବା ଗ୍ରାମରୁ ବିତାଡିତ ହୋଇଥିବା ବୟୋଜ୍ୟେଷ୍ଠ ବ୍ୟକ୍ତି ଯୁଧିଷ୍ଠିର କରଣ କହିଥିବା ସେ ପ୍ରକାଶ କରିଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *