ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ବନମହୋତ୍ସବ ଅନୁଷ୍ଠିତ
ବ୍ରହ୍ମପୁର : ସ୍ଥାନୀୟ ଲାଞ୍ଜିପଲ୍ଲୀ ଗୁଡସ୍ ସେଡ ରୋଡ ସ୍ଥିତ ଗୁରୁକୁଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ଆଜି ବନମୋହତ୍ସବ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର ସମ୍ପାଦିକା ଶ୍ରୀମତୀ ଅନିତା କୁମାରୀ ପାଢି ମୁଖ୍ଯ ଅତିଥି ରୂପେ ଯୋଗ ଦେଇ ବିଦ୍ଯାଳୟ ପ୍ରାଙ୍ଗଣରେ ବୃକ୍ଷରୋପଣ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମଧୁସ୍ମିତା ପରିଡା, ଉପାଧ୍ୟକ୍ଷା ମଧୂଛନ୍ଦା ମିଶ୍ର ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉତ୍ସାହର ସହ ବୃକ୍ଷରୋପଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ବିଷ୍ଣୁ ପ୍ରିୟା ରେଡ୍ଡୀ ଏବଂ ବିଦ୍ୟାଳୟର ନୃତ୍ଯ ଶିକ୍ଷକ ପ୍ରଦୀପ କୁମାର ସେଠୀଙ୍କ ଦ୍ବାରା ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ବପ୍ନା ପାଣିଗ୍ରାହି ଉପସ୍ଥାପନା କରିଥିଲେ।
ବ୍ରହ୍ମପୁର ପ୍ରତିନିଧି ନିବାସୀ ଗୌଡ