02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗୁରୁକୁଳ ଇଣ୍ଟରନେସନାଲ ପବ୍ଲିକ ସ୍କୁଲରେ ସରସ୍ବତୀ ପୂଜା ଅନୁଷ୍ଠିତ

ବ୍ରହ୍ମପୁର ୦୫/୦୨ (ସଖପ୍ର): ଗୁରୁକୁଳ ଇଣ୍ଟରନେସନାଲ ପବ୍ଲିକ ସ୍କୁଲରେ ମା ସରସ୍ବତୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମହାପାତ୍ର ଓ ସମ୍ପାଦିକା ଶ୍ରୀମତୀ ଅନିତା କୁମାରୀ ପାଢୀ ପୂଜକର୍ତ୍ତା ଭାବେ ପୂଜା ସମ୍ପାଦନା କରିଥିଲେ। ଉକ୍ତ ପୂଜାରେ ସାର ସନ୍ତୋଷ ନନ୍ଦ ,ଶ୍ରୀଯୁକ୍ତ ଏ. କେ ସାହୁ ଓ ଅଧ୍ୟାକ୍ଷା ଶ୍ରୀମତୀ ମଧୁସ୍ମିତା ପରିଡା ହୋମ କରି ଆହୁତି ପ୍ରଦାନ କରିଥିଲେ। ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ବିଦ୍ୟାର୍ଥୀ ପୂଜାରେ ଯୋଗଦାନ କରି ମା ସରସ୍ବତୀଙ୍କ ଆଶୀର୍ବାଦ ଲାଭ କରିଥିଲେ। ପୂଜା ଶେଷରେ ମାଙ୍କୁ ଆଳତି ଓ ପୁଷ୍ପାଞ୍ଜଳି ପ୍ରଦାନ କରି ପ୍ରସାଦ ସେବନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମଟିକୁ ପରିଚାଳନା କରିବାରେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଗୁରୁକୁଳ ଇଣ୍ଟରନେସନାଲ ପବ୍ଲିକ ସ୍କୁଲରେ କୋଭିଡ ନିୟମ ମାନି ସରସ୍ବତୀ ପୂଜା ପାଳନ କରାଯାଇଥିଲା।

ବ୍ରହ୍ମପୁର ପ୍ରତୀନିଧି ନିବାସୀ ଗୌଡ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *