11/13/2025

Sabubarga Khabar

All category news

ଗୁମୁଡା ଲକ୍ଷ୍ମୀପୁରରେ ୨୦ରୁ ଉର୍ଦ୍ଧ୍ବ ଜ୍ବରରେ ଆତଙ୍କ,ଚିକିତ୍ସା ପାଇଁ ଆନ୍ଧ୍ର ଉପରେ ନିର୍ଭର

ରାୟଗଡା ଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଗୁମୁଡା ଲକ୍ଷ୍ମୀପରୁରେ ଜ୍ବର ଆତଙ୍କ ଦେଖାଦେଇଛି ।ସୂଚନାନୁଯାୟୀ ଗ୍ରାମରେ ଉଲାକା ଆଦିଲକ୍ଷ୍ମୀ ୪ଦିନ ହେବ ଜ୍ବରରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ ଜି ଲକ୍ଷ୍ମୀକାନ୍ତା,ମାଣ୍ଡାଙ୍ଗି ମନ୍ମଥ ରାଓ, ନିମାଲା ଜୟନ୍ତୀ, ସାନ୍ଦାକା ଆଚୁତା,ପି ସୁନିଲ୍,ମାଣ୍ଡାଙ୍ଗି ମାଣିକାଣ୍ଟା,ଏ ଏନାମୁ,କେ ତେଜା,ଏ ନାଗା,ଏ ସ୍ବରସ୍ବତୀ ପ୍ରମୁଖ ଆକ୍ରାନ୍ତ ହୋଇଥିବା ଗ୍ରାମବାସୀ କହିଛନ୍ତି । ଗୋଟିଏ ପରିବାରର ପି ନାଗରାଜୁ,ପି ଭେଙ୍କେଟେରାମଣା,ପି ଲକ୍ଷ୍ମୀ ଜ୍ବରରେ ପୀଡିତ ରୋଗୀ ଉପଯୁକ୍ତ ଚିକିତ୍ସା ନ ପାଇ ଆନ୍ଧ୍ରର ଶ୍ରୀକାକୁଲମକୁ ଯାଇ ଚିକିତ୍ସା କରୁଥିବା କହିଛନ୍ତି ।ଅନ୍ୟପକ୍ଷରେ ଡେଙ୍ଗୁ ଜ୍ବର ହୋଇଥିବା ଗ୍ରାମବାସୀ କହୁଥିବା ବେଳେ ଏହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇ ଦିନ କାଟୁଥିବା କହିଛନ୍ତି ।

ସେହିପରି ରୋଗୀଙ୍କୁ ପାରାସିଟାମଲ୍,ଓଆରଏସ ଆଦି ଦିଆଯାଇ ପରିବେଶକୁ ପରିଛନ୍ନ ରଖିବାକୁ ଗ୍ରାମବାସୀ ମାନଙ୍କୁ ସଚେତନ କରାଯାଉଛି । ଅନ୍ୟପକ୍ଷରେ ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଏକ ଟିମ୍ ଗାଁ କୁ ଯାଇ ରକ୍ତନମୁନା ସଂଗ୍ରହ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିବା ସହ ବାହାରେ କ୍ବାକ ମାନଙ୍କ ଦ୍ବାରା ଚିକିତ୍ସା ହେଉଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସାଧିକାରୀ ବି ଭେଙ୍କେଟେଶ୍ବର ପୃଷ୍ଟି ସୂଚନା ଦେଇଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *