ଗୁପ୍ତେଶ୍ୱର ଠାରେ ମହା ଶିବରାତ୍ରୀ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ
ଜୟପୁର (ସଖପ୍ର):ପ୍ରତି ବର୍ଷ ଭଳି ଚଳିତ ବର୍ଷ ଗୁପ୍ତେଶ୍ୱର ଶୈବ ପୀଠ ଠାରେ ମହା ଶିବରାତ୍ରୀ ବହୁ ଆଡମ୍ବରରେ ପାଳନ କରାଯିବ । ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜାନୁଆରୀ ୨୭ ତାରିଖ ଅପରାହ୍ନ ୪ ଘଟିକା ସମୟରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ବେଦବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜୟପୁର ପୌରପାଳିକା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଯାନବାହାନ ନିୟନ୍ତ୍ରଣ ନିମନ୍ତେ ହଳଦୀକୁଣ୍ଡ ରାସ୍ତା ଠାରୁ ଡକରିଘାଟି ପର୍ଯ୍ୟନ୍ତ ଗତି ପରିବର୍ତ୍ତନ କରାଯିବାକୁ ଥିବାବେଳେ ପାର୍କିଂ ସ୍ଥାନକୁ ସଫା ସୁତୁରା ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଛି । ଭିଡ ନିୟନ୍ତ୍ରଣ ନିମନ୍ତେ ଗୁପ୍ତେଶ୍ୱର ମନ୍ଦିରର ଯୁବକ ସଂଘରୁ ୧୫୦ ଜଣ volunteer ଯୋଗ ଦେବେ ଓ ସେମାନଙ୍କୁ ସ୍ଵତନ୍ତ୍ର ଭାବରେ T-shirt ଏବଂ ବ୍ୟାଜ ଦିଆଯିବ । ନଦୀ ଘାଟରେ କୌଣସି ଅଭାବନୀୟ ଘଟଣା ନ ଘଟିବା ପାଇଁ ନଦୀ ଘାଟ ଜଗିବା ନିମନ୍ତେ ଅଗ୍ନିଶମ ଅଧିକାରୀଙ୍କୁ ଦାୟିତ୍ଵ ଦିଆହୋଇଛି । ଜୟପୁର ଠାରୁ ଗୁପ୍ତେଶ୍ୱର ପର୍ଯ୍ୟନ୍ତ ବସ୍ ଭଡା ୭୦ ଟଙ୍କା ଓ ଦେବ ଦର୍ଶନ ନିମନ୍ତେ ସ୍ପେଶାଲ ଟିକଟ ୩୦୦ ଟଙ୍କା ରଖା ଯାଇଛି । ଟୋଲ ଗେଟ ଫି ମୋଟର ସାଇକଲ ନିମନ୍ତେ ୧୦ ଟଙ୍କା, ଅଟୋ ନିମନ୍ତେ ୨୦ ଟଙ୍କା, ଚାରିଚକା ଯାନ ନିମନ୍ତେ ୫୦ ଟଙ୍କା ରଖା ଯାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ସୂଚନା କେନ୍ଦ୍ର ଖୋଲାରହିବ। ହରିହର ଭେଟ ରାତ୍ର ୧୨ ଘଟିକା ସମୟରେ ହେବାକୁ ଥିବା ବେଳେ ପରେ ପରେ ମହା ଦୀପ ଉଠିବ। ବୈଠକରେ ଉପଜିଲ୍ଲାପାଳ ଶ୍ରୀ ବେଦବର ପ୍ରଧାନ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ହରିଶ B.C, ପୌର ଅଧିକାରୀ ଶ୍ରୀ ସିଦ୍ଧାର୍ଥ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ଜୟପୁର ଟାଉନ୍ ଥାନା, ସଦର ଥାନା,ବୈପାରୀଗୁଡା ଥାନାର ପୋଲିସ ଅଧିକାରୀ,, ପୂର୍ତ୍ତ ଅଧିକ୍ଷଣ ଯନ୍ତ୍ରୀ ଭାସ୍କର ସମନ୍ତରାଏ, ଯୋଗାଣ ଅଧିକାରୀ ଶ୍ରୀ ସୁଶୀଲ କୁମାର ଜେନା ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକକୁ ଜୟପୁର ତହସିଲଦାର ଶ୍ରୀମତୀ ପ୍ରଧାନ ଟୁଲି ଆମ୍ମା ପରିଚାଳନା କରିଥିବାବେଳେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯଶୋଦା ଗାଦବା ଧନ୍ୟବାଦ ଅର୍ପଣ କରିଥିଲେ।