November 18, 2025

Sabubarga Khabar

All category news

ଗୁଣୁପୁର ବିଧାୟକ ଓ ବିଜୁ ଛାତ୍ର ଜନତା ସଭାପତିଙ୍କ ଉଦ୍ୟମରେ ଆନ୍ଧ୍ରରୁ ଉଦ୍ଧାର ହେଲେ 33 ଦାଦନ ଶ୍ରମିକ

ରାୟଗଡା(ସଖପ୍ର): ଆନ୍ଧ୍ରରେ ୬ଜଣ ଶ୍ରମିକଙ୍କ ମୃତ୍ୟ ପରେ ରାୟଗଡା ଜିଲ୍ଲାରେ ଗୁଣପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସଙ୍ଗେ ସଙ୍ଗେ ଖବର ପାଇ ଓଡିଶା ସରକାରଙ୍କ ନିର୍ଦ୍ଦେଶରେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ବିଷ୍ଣୁ ପଣ୍ଡା ଆନ୍ଧ୍ରରେ ପହଁଞ୍ଚି ଘଟଣାର ଅନୁସନ୍ଧାନ କରିଥିଲେ। ଆଉ ସେଠାକାର ପ୍ରଶାସନ ସହ ଆଲୋଚନା କରିଥିଲେ। ଆଜି ସେଠାରୁ ପୁଣି ୩୩ଜଣଙ୍କୁ ଉଦ୍ଧାର କରି ଏକ ସ୍ୱତନ୍ତ୍ର ବସ ମାଧ୍ୟମରେ ଗୁଣପୁର ଆଣିଥିଲେ।ଆଜି ଅପରାହ୍ନ ସମୟରେ ଗୁଣପୁର ପୂର୍ତ୍ତ ବିଭାଗ ବଙ୍ଗଳାରେ ପହଁଚିଲା ପରେ, ଓଡିଶା ମୋ ପରିବାରର ଅଧକ୍ଷ ଅରୁପ ପଟନାୟକଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ମୃତ ପରିବାରଙ୍କୁ ଓଡିଶା ସରକାରଙ୍କ ତରଫରୁ ୨ଲକ୍ଷ, ଓଡ଼ିଆ ମୋ ପରିବାର ତରଫରୁ ୧୦ ହଜାର, ରେଡ଼ କ୍ରସ ତରଫରୁ 20 ହଜାର, ଆନ୍ଧ୍ର ସରକାର ତରଫରୁ 3ଲକ୍ଷ, ଚିଙ୍ଗୁଡ଼ି କମ୍ପାନୀ ତରଫରୁ 5ଲକ୍ଷ ଟଙ୍କା ମୋଟ ଉଭୟ ଆନ୍ଧ୍ର ଏବଂ ଓଡିଶା ସରକାର ତରଫରୁ ୧୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଅନୁକମ୍ପା ରାଶି ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି । ଏହି ସମୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାସ, ବିଧାୟକ ରଘୁନାଥ ଗମାଙ୍ଗ, ଗୁଣପୁର ତହସିଲଦାର, ବିଡ଼ିଓ, ସହକାରୀ ଶ୍ରମ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ସରକାରଙ୍କ କଲ୍ୟାଣ ମୂଳକ ଯୋଜନାରେ ଏହି ମୃତ ଶ୍ରମିକଙ୍କ ପରିବାର ବର୍ଗଙ୍କୁ ଆବଶ୍ୟକୀୟ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ସ୍ଥାନୀୟ ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି । ତେବେ ଏହି ଘଟଣାରେ ଅତି ଶୀଘ୍ର ସ୍ଥାନୀୟ ଦଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗୁଣପୁର ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ଓ ବିଜେଡି ଛାତ୍ର ଜନତା ସଭାପତି ରାୟଗଡା ଶ୍ରୀ ବିଷ୍ଣୁ ପ୍ରସାଦ ପଣ୍ଡାଙ୍କୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ପ୍ରସଂଶା କରୁଛନ୍ତି।

ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.