ଗୁଣୁପୁର ବନାଞ୍ଚଳ ଓ ମଙ୍ଗଳ ବିଭାଗ ପକ୍ଷରୁ ଗୁଲୁଣ୍ଠି ଆଶ୍ରମ ସ୍କୁଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ରାୟଗଡା(ସଖପ୍ର): ଆଜି ରାମନାଗୁଡ଼ା ବ୍ଲକର ଗୁଲୁଣ୍ଠି ମଙ୍ଗଳ ବିଭାଗ ସ୍କୁଲରେ 72ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ତା 06.07.2021ରିଖ ମଙ୍ଗଳବାର ଦିନ ସରକାରୀ ମଙ୍ଗଳ ବିଭାଗ ଉଚ୍ଚ ବିଦ୍ୟାଳୟ ଗୁଲୁଣ୍ଠି ଠାରେ ଗୁଣୁପୁର ବନାଞ୍ଚଳ ପକ୍ଷରୁ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ, ରାୟଗଡା ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ଅଶୋକ ଶତପଥୀ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ, ଆଜିର ଏହି କାର୍ଯ୍ୟକ୍ରମରେ ଶ୍ରୀ ଶତପଥୀ ଉପସ୍ଥିତ ଜନସାଧାରଣ ତଥା ସ୍କୁଲର କର୍ମଚାରୀଙ୍କୁ ଏକ ବାର୍ତ୍ତା ଦେଇ କହିଥିଲେ ଯେ ବର୍ତମାନ ପରିସ୍ଥିତିରେ ବୃକ୍ଷ ହିଁ ଜୀବନ। ତେଣୁ ପ୍ରତ୍ୟେକ ବ୍ୟକ୍ତି ଏକବୃକ୍ଷ ରୋପଣ କରିବା ନିହାତି ଆବଶ୍ୟକ ଆଜି ସମଗ୍ର ଜଙ୍ଗଲ ଧ୍ବଂସ ହୋଇ ଯାଇଛି। ସେଥିପାଇଁ ଜଳବାୟୁରେ ପରିବର୍ତନ ଘଟିଛି ସେଥିପାଇଁ ଜଙ୍ଗଲ ସୃଷ୍ଟି ପାଇଁ ଆମେ ସମସ୍ତେ ସଚେତନତା ହେବା ନିହାତି ଆବଶ୍ୟକ ବୋଲି କହିଥିଲେ । ଅନ୍ୟ ଅତିଥି ଭାବେ ରାମନାଗୁଡ଼ା ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବେଣୁଧର ଶବର ସାର, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ରାମନାଗୁଡ଼ା ଶ୍ରୀମତୀ ଜୟଶ୍ରୀ ବିଶୋଇ ମାଡାମ,ସ୍କୁଲ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ବିଶ୍ୱନାଥ ଶବର, ପୂର୍ବତନ ସରପଞ୍ଚ ଶ୍ରୀ ସୋମନାଥ ପୁରୁଷୋତ୍ତମ,ଗୁଣୁପୁର ବନା ଅଂଚଳ ଅଧିକାରୀ ରଞ୍ଜନ ମହାନ୍ତି ରାମନାଗୁଡ଼ା ଫରେଷ୍ଟର ନରେନ୍ଦ୍ର ଗମାଙ୍ଗ ରେଞ୍ଜର ସମସ୍ତ କର୍ମକର୍ତ୍ତା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଚକ୍ରପାଣି ରତ୍ନାଲୁ ଓ ଶିକ୍ଷକ ଶ୍ରୀ ପ୍ରଦୀପ ଚୌଧୁରୀ ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚକ୍ର ପାଣି ରତ୍ନାଲୁ ଓ କୃଷି ଶିକ୍ଷକ ପ୍ରଦିପ ଚୌଧୁରୀ ପରିଚାଳନା କରିଥିଲେ। ଆଜି ବିଭିନ୍ନ ପ୍ରକାରର ପ୍ରାୟ 150ବୃକ୍ଷ ରୋପଣ କରାଯାଇଥିଲା।
ରାୟଗଡାରୁ ଅମୂଲ୍ୟ ନିଶଙ୍କ ଙ୍କ ରିପୋର୍ଟ