ଗୁଣୁପୁର ଠାରେ ବିଜେଡିରେ ରାମନାଗୁଡ଼ା ଓ ଗୁଣୁପୁର ଅଂଚଳରେ ବିଜେଡିରେ ମିଶ୍ରଣ ପର୍ବ

ରାୟଗଡା:(ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜିଲ୍ଲା ଗୁଣପୁର ବିଜେଡିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ସୁଧୀର ଦାସ ରାୟଗଡା ଜ଼ିଲ୍ଲା ବିଜେଡି ସଭାପତି ପଦ ସମ୍ଭାଳିବା ପରେ ଜ଼ିଲ୍ଲାର ବହୁ ବ୍ୟକ୍ତି ତାଙ୍କରି ଆଦର୍ଶ ଓ ନିଷ୍ଠାପର ସେବା ମନୋଭାଵ ଲାଗି ବହୁ ବ୍ୟକ୍ତି ବିଜେଡିରେ ସାମିଲ ହେଉଛନ୍ତି। ରାୟଗଡା ଜିଲ୍ଲା ବିଜେଡି ସଭାପତି ସୁଧିର ଦାସ, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲାପରିଷଦ ସଭ୍ୟ ଅଶ୍ବିନି ଗମାଙ୍ଗ,ଜିଲ୍ଲା ବିଜେଡି ସଂପାଦକ ଗଗନ ଆଚାର୍ଯ୍ୟ, ଯୁବ ଜନତାଦଳର ସାଧାରଣ ସଂପାଦକ ବିଷ୍ଣୁପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ରାମନାଗୁଡା ଅଞ୍ଚଳର ନବିନ ପିପିଲି ଏବଂ ତାଙ୍କ ସମର୍ଥକ ଗୁଣପୁର ଟାଉନର କଂଗ୍ରେସ ଦଳର ଅନେକ ଯୁବକର୍ମୀ ପ୍ରତାପ ଯୋଗୀ,ସାନ୍ତୁ ପଟ୍ଟନାୟକ,T ରାଜାଙ୍କ ଅନେକ ଯୁବ ଗୋଷ୍ଠି ବିଜେଡିରେ ସାମିଲ ହୋଇଥିଲେ । ତେବେ ବିଜେଡିରେ ସାମିଲ ହୋଇଥିବାରୁ ଆଗାମୀ ଦିନରେ ଗୁଣପୁର ବିଜେଡି ଆହୁରି ଶକ୍ତିଶାଳୀ ହେବ ବୋଲି ରାଜ୍ୟ ବିଜୁସ୍ବାସ୍ଥ୍ୟ କଲ୍ୟାଣର ଉପଦେଷ୍ଟା ସୁଧିର ଦାସ ସୁଚନା ଦେଇଛନ୍ତି ଓ ଶ୍ରୀ ଦାସ କହିଛନ୍ତି ଯେ ନିଜ ସ୍ୱାର୍ଥ ଅପେକ୍ଷା ଦଳର ସ୍ୱାର୍ଥକୁ ଅଧିକା ଗୁରୁତ୍ୱ ଦେଉଛୁ । ଆମେ ଲୋକଙ୍କ ପାଇଁ ଆଜି ଏହି ପଦ ପଦବୀରେ ଅଛୁ ତେଣୁକରି ଲୋକଙ୍କ କାମ କରିବା ଆମର କର୍ତ୍ତବ୍ୟ। ତେଣୁକରି ମୂଁ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛି। ତେଣୁକରି ଲୋକଙ୍କ ଭରସା ମୋ ଉପରେ ଓ ବିଜେଡି ଦଳ ଉପରେ ଅଛି। ସେଥିପାଇଁ ଲୋକେ ସ୍ୱଇଛାରେ ବିଜେଡିରେ ଯୋଗଦାନ କରୁଛନ୍ତି।