02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗୁଣୁପୁର ଉଠା ଜଳସେଚନ ବିଭାଗ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ

ରାୟଗଡା ଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ ଗୁଣୁପୁର ଉଠାଜଳସେଚନ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଜି ଭି ଏସ ପ୍ରସାଦ ରାଓ କୋରୋନା ଭାଇରସରୁ ନିଜକୁ କିଭଳି ସୁରକ୍ଷିତ ଭାବରେ ରକ୍ଷା କରାଯାଇପାରିବ ଏଥି ପ୍ରତି କିଭଳି ସଚେତିତ ହୋଇପାରିବା ସେହି ସମ୍ବନ୍ଧରେ ଉଠାଜଳସେଚନ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇବା ସହ ସମସ୍ତ କର୍ମଚାରୀଙ୍କୁ ସେନିଟ୍ରାଇସ ହାତ ଧୂଇବା ପାଇଁ , ସାବୁନ ଓ ଟିସୁ କାଗଜ ବଣ୍ଟନ କରିଥିଲେ । ଏତଦ୍ ବ୍ୟତୀତ ସମସ୍ତ କର୍ମଚାରୀଙ୍କୁ ସଂକଳ୍ପବୋଧ କରି କହିଥିଲେ କି, “ଚାଲ ଆମେ ସବୁ ହାତ ଧୋଇବା, କୋରୋନା ରୋଗଠୁ ଦୁରେଇ ଯିବା “।ଶ୍ରୀ ରାଓ କହିଥିଲେ କରନା କିପରି ଭାବେ ନ ବ୍ୟାପେ ସେଥିପ୍ରତି ସମସ୍ତେ ଦୃଷ୍ଟିଦେବ ର ଆବଶ୍ୟକ ଏହି ମହାମାରୀ ରୁ ଦୂରେଇରହିବା ପାଇଁ ସମ ଦୂରତା ରଖିବା ସହ ମାସ୍କ ବ୍ୟବହାର କରିବା ସହିତ ହାତ କୁଂଵାରାମ୍ବାର ଧୋଇବା ପାଇଁ ଜନସାଧାରଣ ଙ୍କୁ ସଚେତନ କରିବା ନିମନ୍ତେ ନିଜର କର୍ମଚାରୀ ଙ୍କୁ ପରାମର୍ଶ ଦେଇଥିଲେ।

ଏହି ସଚେତନତା କାର୍ଯ୍ୟକ୍ରମ ରେ ଗୁଣୁପୁର ଉଠା ଜଳ ସେଚନ ଡିଭିଜନ ର ସମସ୍ତ ନିର୍ବାହୀ ଯନ୍ତ୍ରୀ କର୍ମଚାରୀ ଯୋଗ ଦେଇଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *