02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ପତ୍ନୀ ଶଶୀରେଖାଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ

ରାୟଗଡା (ସଖପ୍ର) : ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ତାଙ୍କ ପତ୍ନୀ ଶଶୀରେଖାଙ୍କୁ ହତ୍ୟା ମାମଲାରେ ଭୁବନେଶ୍ୱର ସ୍ୱତନ୍ତ୍ର ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ପତ୍ନୀଙ୍କୁ ହତ୍ୟା କରିବା ସହ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ୧୧ ଜଣ ସାକ୍ଷୀଙ୍କ ମୁତାବକ ୧୫ଟି ଦସ୍ତାବିଜ ଓ ଅନେକ ପରିସ୍ଥିତିଗତ ପ୍ରମାଣକୁ ଅନୁଧ୍ୟାନ କରି କୋର୍ଟ ଏହି ରାୟ ଶୁଣାଇଛନ୍ତି। ଶଶୀରେଖାଙ୍କ ମୃତ୍ୟୁ ପରେ ରାମମୂର୍ତ୍ତି ନିଜ ଦୋଷ ନମାନିବା ସହ ଏ ଘଟଣାରେ କୌଣସି ପ୍ରକାରେ ଜଡିତ ନାହାନ୍ତି ଓ ଏହା ଏକ ଆତ୍ମହତ୍ୟା ବୋଲି କହିଥିଲେ।ସୂଚନାଯୋଗ୍ୟ, ୧୯୯୫ ମସିହା ସେପ୍ଟେମ୍ବର ୨୮ ତାରିଖରେ ଭୁବନେଶ୍ୱର ଖାରବେଳ ନଗରସ୍ଥିତ ପୂର୍ବତନ ବିଧାୟକଙ୍କ ବାସଭବନରୁ ଶଶୀରେଖାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା। ଶଶୀରେଖା ସେତେବେଳେ ଗର୍ଭବତୀ ଥିଲେ। ଏହାପରେ ଖାରବେଳ ନଗର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ପରେ ପୋଲିସ ହତ୍ୟାର ସୁରାକ ପାଇବାରୁ ଏହାକୁ ହତ୍ୟା ମାମଲାରେ ପରିଣତ କରି ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୦୨ ଓ ୨୦୧ ଅନୁଯାୟୀ ହତ୍ୟା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗ ଆଣିଥିଲା ।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *