ଗୁଣି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା…

ମାଲକାନଗିରି (ସଖପ୍ର):ମାଲକାନଗିରି ଜିଲାରେ ଅନ୍ଧବିଶ୍ୱାସ କମିବାର ନାମ ନେଉନାହିଁ |ଏକବିଂଶ ଶତାବ୍ଦୀରେ ମଧ୍ୟ ଲୋକେ ଗୁଣିଗାରେଡି କଥା କହୁଛନ୍ତି |ମାଲକାନଗିରି ଥାନା ଅନ୍ତର୍ଗତ ପେଣ୍ଡାଲଗୁଡା ଗ୍ରାମରେ ଗୁଣି ସନ୍ଦେହରେ ହତ୍ୟା କରାଯାଇଛି |ମୃତକ ସ୍ୱମୀର ନାମ ସୋମା ମାଢ଼ୀ ଓ ସ୍ତ୍ରୀର ନାମ ଶୁକ୍ରୀ ମାଢ଼ୀ |ପୋଲିସ ଖବର ପାଇ ସେଠାକୁ ଯାଇ ୨ ଜଣ ଅଭିଯୁକ୍ତଙ୍କୁ ଧରିଛି |ବୁଦ୍ଧିଜୀବୀମାନେ କେବେ ଜିଲାରୁ ଏ ସବୁ ଅନ୍ଧ ବିଶ୍ୱାସ ଦୂର ହେବ ବୋଲି ପ୍ରଶ୍ନ ଉଠେଇଛନ୍ତି |