02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗୁଣିଗାରେଡି ସନ୍ଦେହରେ ନିଜ ଗାଁ ରୁ ବିତାଡିତ…

ମାଲକାନଗିରି (ସଖପ୍ର):ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି |ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗାଜୁଲ ମାମୁଡ଼ି ପଂଚାୟତର ତୋଟାଗୁଡା ଗ୍ରାମରେ ଏପରି ଘଟଣା ଘଟିଛି |ଏଠାରେ ୮ଟି ଗ୍ରାମର ଲୋକେ ଏକତ୍ରିତ ହୋଇ ପ୍ରଜାକୋର୍ଟ ବସାଇଥିଲେ |ସେଥିରେ ଗାଁର ଚାରିଟି ପରିବାର ଗୁଣିଗାରେଡି କରୁଛନ୍ତି ବୋଲି କହି, ସେହି ଭିଟାମାଟି ଛାଡି ଚାଲିଯିବାକୁ ଆଦେଶ ଦେଇଥିଲେ |ସେହି ଆଦେଶ ଯୋଗୁଁ ବାସୁ ଖିଲ, ସୁତୀ ଖିଲ, ବିଶ୍ୱନାଥ ଖିଲ, ବିଙ୍ଗୁ ଗୋଲରୀ, ସୀତାମା ଗୋଲରୀ ଏପରି ୨୦ଜଣ ଗାଁ ଛାଡି ଆସିବାକୁ ବାଧ୍ୟ ହୋଇଥିଲେ |ସେମାନଙ୍କ ଗାଈ ଗୋରୁ ଓ ଅନ୍ୟ ନିତ୍ୟ ବ୍ୟବହାର ଜିନିଷ ନେବାକୁ ଦେଲେ ନାହିଁ ବୋଲି କୋହଭରା କଣ୍ଠରେ ସେମାନେ କହିଛନ୍ତି ଏବଂ ଆମ ଜମି ଓ ଘରକୁ କେତେ ଜଣ ମାଡ଼ିବସିବାକୁ ଏହି ଚକ୍ରାନ୍ତ କରିଥିବା ସେମାନେ ଜଣାଇଛନ୍ତି | ଏବେ କେଉଁଠି ରହିବେ ସେମାନେ ଚିନ୍ତାରେ |ମଝିରେ ମଝିରେ ସ୍ୱାଭିମାନ ଅଂଚଳରେ ଏପରି ଘଟୁଛି ତେଣୁ ପ୍ରଶାସନ ଏହାକୁ ବନ୍ଦ କରିବା ଏବଂ ବେସାହାରା ଲୋକଙ୍କୁ ଠିକ ଭାବେ ଥଇଥାନ କରିବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *