12/05/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗୁଣିଗାରେଡି ଘେରରେ ମାଲକାନଗିରିର ଉପାନ୍ତ ଅଞ୍ଚଳ…

ମାଲକାନଗିରି (ସ.ଖ.ପ୍ର):ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ତଣ୍ଡାପଲ୍ଲୀ ପଂଚାୟତ ଏମ ଭି -୬ ଗ୍ରାମରେ ବାସ କରନ୍ତି ସନ୍ତୋଷ ଆରାଉ ଓ ତାଙ୍କ ସ୍ତ୍ରୀ ଲିପିକା |ସେଠାରେ ଏକ ଅଭାବନୀୟ ଘଟଣା ଘଟିଛି |ଲିପିକା ୩ ମାସର ଗର୍ଭବତୀ ହେବା ସମୟରେ ତାଙ୍କର ଜଣେ ସମ୍ପର୍କୀୟ ମରିଯିବାରୁ ତାଙ୍କ ଘରକୁ ଯାଇଥିଲେ |ଏବେ ସେ ୩ ମାସର ଝିଅର ମା |ଲିପିକାର ଦେହ ହଟାତ ଖରାପ ହୋଇଗଲା ଏବଂ ସେ ବାଉଳେଇଲା |ଏହାକୁ ଦେଖି ତାର ଘର ଲୋକେ ଜଣେ ଗୁଣିଆକୁ ଝଡ଼ାଫୁଙ୍କା ପାଇଁ ଘରକୁ ଡାକିଲେ |ସେ ସେଥିରେ ଠିକ ନହେବାରୁ, ତାକୁ ବାଡେଇ , ନିଆଁ ଧାସରେ ତାର ମୁହଁ ପୁରେଇ ଦେଇଥିଲା ପରେ ତାକୁ ଘୁଷୁରୀ ବିଷ୍ଟା ଖୁଏଇଥିଲା |ଏହା ପରେ ଲିପିକାର ଦେହ ଅତ୍ୟଧିକ ଖରାପ ହୋଇଯାଇଥିଲା |ତାଙ୍କ ଘର ଲୋକଙ୍କୁ ବୁଝାଇଲେ ମଧ୍ୟ ସେମାନେ ଘରେ ତାକୁ ଚିକତ୍ସା କରିବୁ ବୋଲି କହିଥିଲେ |କିନ୍ତୁ ଗାଁ ମୁଖିଆ ସୁବୋଧ ମୁଣ୍ଡା, ଅଙ୍ଗନବାଡି କର୍ମୀ ପାର୍ବତୀ ମୁଣ୍ଡା ଆଶାକର୍ମୀ ଲକ୍ଷ୍ମୀ ମୁଣ୍ଡା ଓ ସ୍ୱାସ୍ଥ୍ୟକର୍ମୀ ସବୁ ମିଶି ତାକୁ ହସ୍ପିଟାଲ ନେଇଥିଲେ |କିଛିଦିନ ପୂର୍ବରୁ ମାଲକାନଗିରି ବ୍ଲକ ପେଡାକୋଣ୍ଡା ପଂଚାୟତର କେନ୍ଦୁଗୁଡାରେ ଗୁଣିଆ ସନ୍ଦେହରେ ଜଣକୁ ମାରିଦେଇଥିଲେ |ସେହିପରି ମୋଟୁ ଓ କାଲିମେଳା ଅଞ୍ଚଳରେ ୩ ଜଣକୁ ଗୁଣିଗାରେଡି ସନ୍ଦେହରେ ମାରିଦିଆଯାଇଥିଲା | ମୁଖ୍ୟ କାରଣ ନିରକ୍ଷରତା ବୋଲି ବୁଦ୍ଧିଜୀବୀ କହିଛନ୍ତି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *