01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗୁଣିଗାରେଡ଼ି ସନ୍ଦେହରେ ତୀର ମାରି ଜଣଙ୍କୁ ହତ୍ୟା…

ମାଲକାନଗିରି (ସ.ଖ.ପ୍ର ): ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ତାରଲାକୋଟା ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା କରାଯାଇଥିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ଗ୍ରାମର ସୁବାସ ଭୂୟାଁଙ୍କୁ ସେହି ଗ୍ରାମର ଜଣେ ବ୍ୟକ୍ତି ବାଜା ମାଡକାମୀ ତୀର ସହାୟତାରେ ହତ୍ୟା କରିଛନ୍ତି। ମିଳିଥିବା ସୂଚନାନୁଯାୟୀ, ବାଜା ବୁଧବାର ରାତିରେ ପ୍ରଥମେ ସୁବାସ ଘରକୁ ଯାଇ ସୁବାସକୁ ଡାକିଥିଲା। ଘରୁ ସୁବାସଙ୍କ ପତ୍ନୀ ବାହାରି କ’ଣ ହେଲା ବୋଲି ପଚାରିବାରୁ ତାଙ୍କ ଉପରକୁ ବାଜା ଆକ୍ରମଣ କରିଥିଲା। ପରେ ଘରୁ ସୁବାସ ବାହାରିଥିଲା। ବାଜା ୪ଟି ତୀର ନେଇ ଆସିଥିଲା। ପ୍ରଥମେ ସେ ସୁବାସକୁ ଦୁଇଟି ତୀରକୁ ନିଜ ହାତରେ ମାରିବାକୁ ଉଦ୍ୟମ କରିଥିଲା। କିନ୍ତୁ ନିଜର ଉଦ୍ୟମରେ ବାଜା ବିଫଳ ହେବାରୁ ଅଳ୍ପ କିଛି ଦୂରକୁ ଯାଇ ନିଜର ତୃତୀୟ ତୀରକୁ କାଢ଼ି ଧନୁ ସାହାଯ୍ୟରେ ସୁବାସଙ୍କୁ ଆକ୍ରମଣ କରିଥିଲେ। ପରେ ଗାଁ ଲୋକ ସୁବାସଙ୍କୁ ନେଇ କୋରୁକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସୁବାସଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଦେଖି ଡାକ୍ତର ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ବାଜାଙ୍କୁ ଓରକେଲ ପୋଲିସ ଗୁରୁବାର ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ ଜଗଦୀଶ ବାରା ସୂଚନା ଦେଇଛନ୍ତି|ଜିଲ୍ଲାରେ ଏପରି ଘଟଣା ବାରମ୍ବାର ଘଟୁଛି |ସମାଜରେ ଥିବା ଅନ୍ଧବିଶ୍ୱାସକୁ ଦୂର କରିବାକୁ ପ୍ରଶାସନ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ଦାବି ଉଠିଛି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *