02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗୁଡାରି ପୋଲିସ ଦ୍ୱାରା 2କୁଇଣ୍ଟାଲ 45 କେଜି ଗଞ୍ଜେଇ ଜବତ, ଟ୍ରକ ସହ ଜଣେ ଗିରଫ

ରାୟଗଡା (ସଖପ୍ର): ରାୟଗଡା ଜିଲ୍ଲା ଗୁଡାରୀ ଏବଂ କେନ୍ଦୁଗୁଡା ପୋଲିସର ମିଳିତ ଚଢ଼ାଉରେ ଜଣେ ବ୍ୟକ୍ତିକୁ ଗଜପତିରୁ ଛତିଶଗଡ଼ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ଗିରଫ କରିଛି। ସୂଚନା ଅନୁଯାୟୀ ଗୁଡାରୀ ପୋଲିସ କୋୖଣସି ସୂତ୍ରରୁ ଖବର ପାଇ ପଦ୍ମପୁର ବ୍ଲକ କେନ୍ଦୁଗୁଡା ଫାଣ୍ଡି ନିକଟସ୍ଥ କୁଟ୍ରାଧର ରାସ୍ତା ନିକଟରେ ଏକ ମିନି ଟ୍ରକ ସହ ଗଞ୍ଜେଇ ଜବତ କରିଛି ।ଗିରଫ ଜଣକ ହେଲେ ବିହାର ରାଜ୍ୟର ମୁଙ୍ଗେର ଅଞ୍ଚଳର ଅମରେସ କୁମାର ସିଂ । ଜବତ ଗଞ୍ଜେଇ 2 କୁଇଣ୍ଟାଲ 45 କେଜି ହୋଇଥିବା ବେଳେ ଗଞ୍ଜେଇ ର ଆନୁମାନିକ ମୂଲ୍ୟ 12 ଲକ୍ଷ 50 ହଜାର ଟଙ୍କା ହେବ ବୋଲି ଗୁଡାରୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଜବତ ଗଞ୍ଜେଇକୁ ଗୁଡାରୀ ଅତିରିକ୍ତ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଓଜନ କରାଯାଇ ଗିରଫ ବ୍ୟକ୍ତିକୁ କୋର୍ଟ ଚାଲାଣ କରାଯାଇଛି ବୋଲି ଗୁଡାରୀ ଥାନା ଅଧିକାରୀ ସୁଶାନ୍ତ କୁମାର ତାଉଡିୟା ସୂଚନା ଦେଇଛନ୍ତି । ଗୁଡ଼ାରି ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ତାଉଡିଆ ଗୁଡାରିରେ ଥାନାଧିକାରୀ ରୂପେ ଯୋଗ ଦାନ ପରଠାରୁ ବିପୁଳ ପରିମାଣର ଗଂଜେଇ ଜବତ କରିଛନ୍ତି କିନ୍ତୁ ଦୁଃଖର ବିଷୟ ଚନ୍ଦ୍ରପୁର ବ୍ଲକର ବିଜାପୁର ପଂଚାୟତର ସିରିପୁର ସାନପୋଙ୍କାଳ ସୁରେସି ଗଡଙ୍ଗୀ ଅଂଚଳରେ ବହୁ ପରିମାଣର ଗଜେଇ ଚାଷ ସହ ଗଂଜେଇ ମହଜୁଦ ରହିଥିବା ଅଞ୍ଚଳବାସୀ କଥାହେଉଥିବା ଜଣାପଡିଛି। ଏଥିପ୍ରତି ପୋଲିସ ଓ ଅବକାରୀ ବିଭାଗ ଦୃଷ୍ଟି ଦେବା ପାଇଁ ଦାବି ହେଉଛି।

ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *