02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗୁଟ୍‌ଖା ନିଷେଧକୁ ୭ ବର୍ଷ ପୂରିଲା : ଗଳାବାଟରେ ବିକି ଗୁଟ୍‌ଖା କମ୍ପାନି ମାଲାମାଲ୍, କାଗଜ କଲମରେ ସୀମିତ ନିଷେଧାଦେଶ

ଭୁବନେଶ୍ୱର : ରାଜ୍ୟରେ ଗୁଟ୍‌ଖା ନିଷେଧାଦେଶକୁ ୭ ବର୍ଷ ପୂରିବ। ୨୦୧୩ ମସିହା ଜାନୁଆରି ୩ ତାରିଖରେ ରାଜ୍ୟ ସରକାର ଗୁଟ୍‌ଖା ଓ ନିକୋଟିନ୍‌ ଯୁକ୍ତ ପାନମସଲାକୁ ସ˚ପୂର୍ଣ୍ଣ ଭାବେ ନିଷେଧ ଘୋଷଣା କରିଥିଲେ। ‌ହେଲେ ଧର୍ମକୁ ଆଖିଠାର ଭଳି ଏହା କେବଳ କାଗଜକଲମରେ ସୀମିତ ରହିଯାଇଛି। ଗୁଟ୍‌ଖା କମ୍ପାନିମାନେ ଆଇନର ଗଳାବାଟ ଦେଇ ପୂର୍ବଭଳି ଗୁଟ୍‌ଖା ବିକ୍ରି କରୁଛନ୍ତି। ସବୁକିଛି ଖୁଲମଖୁଲା ଚାଲିଥିଲେ ହେଁ, ଅଧିକାରୀମାନେ ହାତ ବାନ୍ଧି ବସିଛନ୍ତି। ଗୋଟିଏ ପଟେ ରାଜ୍ୟରେ ମୁଖଗହ୍ବର ଜନିତ କର୍କଟ ରୋଗ ବଢ଼ି ବଢ଼ି ଚାଲିଥିବା ବେଳେ ସରକାରଙ୍କ ତମାଖୁ ନିୟନ୍ତ୍ରଣ ଯୋଜନା ବିଫଳ ହୋଇଛି।

୨୦୧୩ ଜାନୁଆରି ୩ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁଟ୍‌ଖା ବିକ୍ରି ସହିତ ଉତ୍ପାଦନ, ବିତରଣ, ମହଜୁଦ ଓ ବ୍ୟବହାର ଉପରେ କଟକଣା ଲଗାଯାଇଥିଲା। ଦେଶର ୨୫ତମ ରାଜ୍ୟ ଭାବେ ଓଡ଼ିଶା ଏଥିରେ ନିଜକୁ ସାମିଲ କରିଥିଲା। ଏହା ଭିତରେ ୬ବର୍ଷ ବିତି ଯାଇଥିଲେ ହେଁ, ରାଜ୍ୟରେ ଗୁଟ୍‌ଖାର ବିକ୍ରି ଓ ସେବନ ଉପରେ ରୋକ୍ ଲାଗିପାରି ନାହିଁ। ନିକୋଟିନ୍‌ଯୁକ୍ତ ଗୁଟ୍‌ଖା ରାଜ୍ୟରେ ନିଷେଧ ଘୋଷଣା କରାଯିବା ପରେ ଗୁଟ୍‌ଖା କମ୍ପାନିମାନେ ମଧ୍ୟ ଫନ୍ଦି ବାହାର କରିଛନ୍ତି। ଗୁଟ୍‌ଖା ଗୋଟିଏ ପ୍ୟାକେଟ୍‌ରେ ବିକ୍ରି ହେଉଥିବା ବେଳେ ନିକୋଟିନ୍‌ ଆଉ ଏକ ପ୍ୟାକେ୍‌ଟରେ ବିକ୍ରି ହେଉଛି।

ଗୁଟ୍‌ଖା ନିୟନ୍ତ୍ରଣ ପାଇଁ ସିଗାରେଟ୍ ଏଣ୍ଡ ଅଦର ଟୋବାକୋ ଆକ୍ଟ ବା କୋଟ୍‌ପା ରହିଛି। ଶିକ୍ଷାନୁଷ୍ଠାନର ୧୦୦ମିଟର ଦୂରଠାରୁ ଆରମ୍ଭ କରି ସର୍ବସାଧାରଣ ସ୍ଥାନରେ ଧୂମପାନ କରିବା ଉପରେ ଜରିମାନା ଆଦାୟ କରିବାର ନିୟମ ରହିଛି। ଏହାସହ କେନ୍ଦ୍ର ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ବା ଏଫ୍‌ଏସ୍‌ଏସ୍ଏଆଇ ଆଇନରେ ଗୁଟ୍‌ଖା ଓ ପାନ ମସଲା ବିକ୍ରିକୁ ବନ୍ଦ କରିବା ପାଇଁ ନିୟମ ରହିଛି। ମାତ୍ର ଏଫ୍‌ଏସ୍‌ଏସ୍‌ଏଆଇର ନିୟମରେ ଜର୍ଦା, ଖଇନି ଓ ମାୱା ମସଲା ଆସୁ ନ ଥିବାରୁ ଏହାର ଫାଇଦା ନେଉଛନ୍ତି ଗୁଟ୍‌ଖା କମ୍ପାନି। ଖାଦ୍ୟ ସୁରକ୍ଷା ଅଧିକାରୀ ଏସବୁ ଗୁଟ୍‌ଖାଜାତୀୟ ଦ୍ରବ୍ୟ ଉପରେ ଚଢ଼ଉ କରିପାରୁ ନାହାନ୍ତି। ଦୁଇଟି ଭିନ୍ନ ଭିନ୍ନ ପ୍ୟାକେଟ୍‌ରେ ନିକୋଟିନ୍‌ଯୁକ୍ତ ଗୁଟ୍‌ଖା ବିକ୍ରିକୁ ନିଷେଧ ଘୋଷଣା କରିବା ପାଇଁ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ରହିଛି।

ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ବା ଏନ୍‌ଏଫ୍‌ଏଚ୍‌ଏସ୍‌-୪ ଅନୁଯାୟୀ, ରାଜ୍ୟରେ ୧୭.୩ ପ୍ରତିଶତ ମହିଳା ଓ ୫୫.୩ ପ୍ରତିଶତ ପୁରୁଷ ତମାଖୁର ବ୍ୟବହାର କରୁଛନ୍ତି। ଏନ୍‌ଏଫ୍‌ଏଚ୍‌ଏସ୍‌-୩ରେ ୩୧.୪ ପ୍ରତିଶତ ମହିଳା ଓ ୬୮.୩ ପ୍ରତିଶତ ପୁରୁଷ ତମାଖୁ ବ୍ୟବହାର କରୁଥିଲେ। ଏନ୍‌ଏଫ୍‌ଏଚ୍‌ଏସ୍‌ ୩ ତୁଳନାରେ ଏନ୍‌ଏଫ୍‌ଏଚ୍‌ଏସ୍‌ରେ ୪ରେ ମହିଳାଙ୍କ କ୍ଷେତ୍ରରେ ତମାଖୁ ବ୍ୟବହାର ୫୦ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। ମାତ୍ର ରାଜ୍ୟରେ ପୂର୍ବଭଳି ଗୁଟ୍‌ଖା ଓ ତମାଖୁ ବିକ୍ରି ଜାରି ରହିଥିବାରୁ ତମାଖୁ ବ୍ୟବହାରରେ ହ୍ରାସକୁ ସାମଗ୍ରିକ ଭାବେ ପ୍ରଭାବିତ କରିପାରୁ ନାହିଁ।

ନିଶାମୁକ୍ତି ସ˚କଳ୍ପ ଅଭିଯାନର ସଦସ୍ୟ ମହମ୍ମଦ ଇମ୍ରାନ୍‌ ଅଲ୍ଲୀଙ୍କ କହିବାନୁଯାୟୀ, ରାଜ୍ୟରେ ଗୁଟ୍‌ଖା ନିଷେଧ ହେବାର କିଛିଦିନ ପାଇଁ ଏହା କାର୍ଯ୍ୟକାରୀ ହେଲା। ମାତ୍ର ପରବର୍ତୀ ସମୟରେ ଏହା ବିଫଳ ହୋଇଛି। ଯାହାଫଳରେ ଏବେ ବଜାରରେ ଗୁଟ୍‌ଖା ଖୁଲମଖୁଲା ବିକ୍ରି ହେଉଛି। ରାଜ୍ୟରେ କର୍କଟ ରୋଗୀଙ୍କ ସ˚ଖ୍ୟା ବଢ଼ି ଚାଲିଥିବା ବେଳେ ରାଜ୍ୟ ସରକାର ମଧୢ ଏଥିରୁ ବର୍ଷକୁ କୋଟି କୋଟି ଟଙ୍କା ହରାଉଛନ୍ତି। ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ଏହାକୁ ନିଷେଧ କରାଯାଇଥିଲା ତୃଣମୂଳସ୍ତରରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳୁନାହିଁ। ବିଦ୍ୟାଳୟର ୧୦୦ ମିଟର ଦୂରରେ ତମାଖୁର ବିକ୍ରିକୁ ରୋକିବା ଓ ବିଦ୍ୟାଳୟ ପରିସର ତମାଖୁମୁକ୍ତ କରିବା ନେଇ ବିଦ୍ୟାଳୟ କର୍ତୃପକ୍ଷମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁ ନାହାନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *