12/05/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗିରଫ ହେଲେ ତିନି କ୍ୱାକ,ଲୋକଙ୍କୁ ଦେଉଥିଲେ ନକଲି ଔଷଧ…

ମାଲକାନଗିରି (ସଖପ୍ର): ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ ତିନି ଜଣ କ୍ଵାକ ଡାକ୍ତରଙ୍କୁ ଧରିବାରେ ସଫଳ ହୋଇଛନ୍ତି । କରୋନା ମହାମାରୀ ଓ ଲକଡାଉନର ଫାଇଦା ନେଇ ନୀରିହ ଲୋକଙ୍କ ସହ କରୁଥିଲେ ଠକାମିର ଶିକାର । କ୍ଵାକ ମାନେ ଗାଁ ଗାଁ ବୁଲି ଲୋକଙ୍କ ଚିକିତ୍ସା କରୁଥିବାରୁ ଲୋକେ ସରକାରୀ ଡାକ୍ତରଖାନାକୁ ମୁହଁ ମୋଡି ଦେଉଥିଲେ । କାଲିମେଳା ପୋଲିସ ଆଜି ତିନି ଜଣ କ୍ୱାକ ଡାକ୍ତରଙ୍କୁ ଗିରଫ କରିଛି । ବିନା ଲାଇସେନ୍ସରେ, ବିନା କୌଣସି ଡାକ୍ତରୀ ପାଠରେ ଏମାନେ ପାଲଟି ଯାଇଥିଲେ କଥା କଥିତ ଡାକ୍ତର । ଲୋକଙ୍କ ଚିକିତ୍ସା କରିବା ସହ ତାଙ୍କ ଜୀବନ ସହ ଖେଳୁ ଥିଲେ ଏହି କ୍ୱାକମାନେ। ମାଲକାନଗିରି ଏସ ପି ଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିଲା ତଦନ୍ତ । ଆଜି ତିନି କ୍ୱାକଙ୍କ ସହ ବିପୁଳ ପରିମାଣରେ ମେଡ଼ିସିନ ଜବତ କରିଛି କାଲିମେଳା ପୋଲିସ। ଅଭିଯୁକ୍ତ ମାନେ ହେଲେ ଏମ୍:ଭି-୭୩ ଗ୍ରାମର ପରେସ ବାୱାଲି, ଏମ୍. ପି. ଭି- ୧୪ ଗ୍ରାମର ଶଶାଙ୍କ ପାଇକ ଓ ଏମ୍. ପି. ଭି- ୧୧ ଗ୍ରାମର ସଚିନ ପରମାଣିକ । ଏମାନଙ୍କ ନାମରେ କେସ ନମ୍ବର- ୧୩୪ , ୧୩୫, ୧୩୭/୨୧ ଏବଂ ଦଫା ୪୧୯/୪୨୦/୩୮୪ ରେ ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *