ଗାଁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ
ମାଲକାନଗିରି;୨୬/୯ (ସଖପ୍ର):ଉତ୍କଳ ସମ୍ମିଳନୀ ମାଲକାନଗିରି ଜିଲ୍ଲା ଶାଖା ତରଫରୁ କୋରକୁଣ୍ଡା ବ୍ଲକ୍ ଅନ୍ତର୍ଗତ ମାରିୱlଡ଼ା ଗ୍ରାମପଞ୍ଚାୟତ ଅଧିନସ୍ଥ ଏମ. ପି. -୧୮ (ବି) ପ୍ରାଥମିକ ବିଦ୍ୟାଳୟଠାରେ ” ଗାଁ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ ମାଲକାନଗିରି ଜିଲ୍ଲା ଶାଖାର ସଭାପତି ତଥା ସ୍ଥାନୀୟ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ; ଜିଲ୍ଲା ଯୁବ ରେଡ଼କ୍ରସର ଆବାହକ ଅଧ୍ୟାପକ ଡଃ ରଞ୍ଜନ କୁମାର ସ୍ଵାଇଁ; ଉତ୍କଳ ସମ୍ମିଳନୀର ଆଜୀବନ ସଦସ୍ୟ; ମାଲକାନଗିରି ସରସ୍ଵତୀ ଶିଶୁବିଦ୍ୟାମନ୍ଦିରର ସଭାପତି ଅବସର ପ୍ରାପ୍ତ ଏ. ବି. ଇ. ଓ ରବୀନ୍ଦ୍ର କୁମାର, ମହାରଣା; ବନପାଳ; କୋରକୋଣ୍ଡା ସୁବାସ ଚନ୍ଦ୍ର ମଣ୍ଡଳ; ପ୍ରଧାନଶିକ୍ଷକ ବିଜୟ କୁମାର ସ୍ଵାଇଁ; ସହକାରୀ ଶିକ୍ଷକ ରାମା ପୂଜାରୀ; ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦୀପକ୍ ସରକାର; ଉପସଭାପତି ମିତାଲୀ ମଲ୍ଲିକ; କମିଟି ସଦସ୍ୟ ପ୍ରଭାକର ସରକାର; ତରୁଲତା ମଲ୍ଲିକ; ପରିତୋଷ ମଣ୍ଡଳ; ସାଥୀ ବିଶ୍ୱାସ; ଦେବୀ ମିସ୍ତ୍ରୀ; ବିଶାଖା ବିଶ୍ୱାସ; ଶ୍ୟାମଳୀ ସରକାର; ବିଜୟ ମଲ୍ଲିକ; ଆଶାକର୍ମୀ ପ୍ରଭାତୀ ରାୟ; ଅଙ୍ଗନୱାଡି କର୍ମୀ ସଞ୍ଚିତା, ବିଶ୍ୱାସ; ୱ।ର୍ଡ଼ ମେମ୍ବର ପୁତୁଲମଣ୍ଡଳ ଓ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉତ୍କଳ ସମ୍ମିଳନୀ ମାଲକାନଗିରି ଶାଖା; ବନ ବିଭାଗ ମାଲକାନଗିରି ଓ ସରକାରୀ ପ୍ରାଥମିକ ବିଦ୍ୟାଳୟ ଏମ. ପି. ଭି-୧୮( ବି) ର ଜାତୀୟ ସବୁଜ ବାହିନୀ ଆନୁକୁଲ୍ୟରେ ବିଦ୍ୟାଳୟ ପରିସର ମଧ୍ୟରେ ପୂଜାର୍ଚ୍ଚନା ସହ କୋଡ଼ିଏଟି ବଉଳ; କରଞ୍ଜ; ଅଂଳା; ନିମ; ପେସ୍ତା ପ୍ରଭୃତି ବୃକ୍ଷରୋପଣ କରାଯାଇଥିଲା।ତତ୍ପରେ ବିଦ୍ୟାଳୟରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ; ଅଭି ଭାବକ; ଶିକ୍ଷକ; ସ୍ଵଂୟ ସହାୟକ ଗୋଷ୍ଠୀ ସଦସ୍ୟା; ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ; ଗ୍ରାମବାସୀଙ୍କୁ ନେଇ ଏକ ଶିକ୍ଷା; ସ୍ୱାସ୍ଥ୍ୟ ଓ ପରିମଳ;କୃଷି; ବୃକ୍ଷରୋପଣ; ପରିବେଶ ସୁରକ୍ଷା; ଆତ୍ମ ନିର୍ଭରଶୀଳତା ସଂପର୍କିତ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉତ୍କଳ ସମ୍ମିଳନୀର ସଭାପତି ଡଃ ରଞ୍ଜନ କୁମାର ସ୍ଵାଇଁ ଉପସ୍ଥିତ ଜନସାଧାରଣଙ୍କୁ ଶିକ୍ଷା; ସ୍ୱାସ୍ଥ୍ୟ ଓ ପରିମଳ ସଂପର୍କରେ ବିଭିନ୍ନ ଉଦାହରଣ ମାଧ୍ୟମରେ ଅବଗତ କରାଇଥିଲେ। ଅବସର ପ୍ରାପ୍ତ ଶିକ୍ଷାଧିକାରୀ ରବୀନ୍ଦ୍ର କୁମାର ମହାରଣା ବିଶ୍ଵତାପନ ଓ ପରିବେଶର ସୁରକ୍ଷାରେ ବୃକ୍ଷର ଭୂମିକା ଉପରେ ଜନ ସାଧାରଣଙ୍କୁ ସଚେତନ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ନିୟମିତ ବିଦ୍ୟାଳୟକୁ ପଠାଇବା ପାଇଁ ପିତାମାତା ମାନଙ୍କୁ ସଚେତନ କରିଥିଲେ। ପରିଶେଷରେ ପ୍ରଧାନଶିକ୍ଷକ ବିଜୟ କୁମାର ସ୍ଵାଇଁ ଧନ୍ୟବାଦ ଅର୍ପଣ କରିବା ସହ ଏକ ଅବହେଳିତ ଦୁର୍ଗମ ବିଦ୍ୟାଳୟର ପରିବେଶକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଗ୍ରାମବାସୀଙ୍କର ସହଯୋଗ କାମନା କରିଥିଲେ। ଉତ୍କଳ ସମ୍ମିଳନୀ ମାଲକାନଗିରି ଶାଖା ତରଫରୁ ଆରମ୍ଭ କରାଯାଇଥିବା ଏହି ଅଭିନବ କାର୍ଯ୍ୟକ୍ରମ” ଗାଁ ପାଇଁ ଦିନଟିଏ” କାର୍ଯ୍ୟକୁ ଉତ୍କଳ ସମ୍ମିଳନୀ ରାଜ୍ୟଶାଖା ତରଫରୁ ନବରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଉଚ୍ଚ ପ୍ରଶଂସା କରାଯାଇଛି।