ଗଳ୍ପ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ ସୁଜାତା ମହାନ୍ତି
ବାଲେଶ୍ବର,୯/୬– ଆଜିର ସମାଜରେ ହଜି ଯାଉଥିବା ଗଦ୍ଯ ସାହିତ୍ୟ ଧୀରେ ଧୀରେ ନିକଟତର ହେବାରେ ଲାଗିଛି ମୋ ଅନୁଷ୍ଠାନ ସାହିତ୍ୟ ସଂସଦ,ଆଳଦା, ଖଇରା,ବାଲେଶ୍ବର ହ୍ଵାଟ୍ସଆପ୍ ଏବଂ ଫେସବୁକ୍ ଗୃପ୍ ଦ୍ବାରା । ଅନୁଷ୍ଠାନ ଦ୍ବାରା ପ୍ରତିମାସ ସାପ୍ତାହିକ ଏବଂ ପାକ୍ଷିକ ଗଦ୍ଯ ସାହିତ୍ୟ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଚାଲୁ ରହିଛି । ରାଜ୍ୟର ପ୍ରାୟ ପ୍ରତି ଜିଲ୍ଲାର କବି କବୟିତ୍ରୀମାନେ ଭାଗନେଇ ପ୍ରଥମ,ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥାନ୍ତି । ଏହା ହ୍ଵାଟ୍ସଆପ୍ ଏବଂ ଫେସବୁକ୍ ଗୃପରେ ଅନଲାଇନ୍ ମାଧ୍ୟମରେ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଗତ ତା ୦୬/୬/୨୦୨୧ ରିଖରେ ଫେସବୁକ୍ ଗୃପରେ କ୍ଷୁଦ୍ରଗଳ୍ପ ପ୍ରତିଯୋଗିତା ହୋଇଥିଲା । ଯାହାର ପ୍ରସଙ୍ଗ ” ଦୁଇଟୋପା ଲୁହ ” ଥିଲା । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ରଞ୍ଜୁଲତା ପାଢୀ(ସୁନ୍ଦରଗଡ),ବୀରକିଶୋର ନାୟକ(ଢେଙ୍କାନାଳ), ଜୟଶ୍ରୀ ପାତ୍ର(ବାଲେଶ୍ବର),ସୁସ୍ମିତା ମହାପାତ୍ର(ସୁନ୍ଦରଗଡ),ଶୋଭାଗିନୀ ନନ୍ଦ(କୋରାପୁଟ),ସୁଜାତା ମହାନ୍ତି(କଟକ),ଅନୁସୟା ରାଉତ(ଖୋର୍ଦ୍ଧା),ଏଲୀ ଦାସ(ଢେଙ୍କାନାଳ),ପ୍ରିୟମ୍ବଦା ରାଉତ(ମାଲକାନଗିରି),ଭାରତୀ ସାହୁ(ଯାଜପୁର),ଶିତକଣ୍ଠ ବରାଳ(ପୁରୀ) ଓ ଦେବେନ୍ଦ୍ର ନାୟକ(ମୟୂରଭଞ୍ଜ) ପ୍ରମୁଖ ଭାଗ ନେଇଥିଲେ । ଯାହାର ଫଳାଫଳ ଆଜି ପ୍ରକାଶ ପାଇଛି । ସେଥି ମଧ୍ୟରୁ କଟକରୁ ସୁଜାତା ମହାନ୍ତି ପ୍ରଥମ,ବାଲେଶ୍ବରରୁ ଜୟଶ୍ରୀ ପାତ୍ର ଦ୍ବିତୀୟ ଓ ଢେଙ୍କାନାଳରୁ ଏଲୀ ଦାସ ତୃତୀୟ ସ୍ଥାନ ଅଧିକାର କରି ଅନୁଷ୍ଠାନର ଉଦ୍ୟମକୁ ସାଧୁବାଦ ଜଣାଇବା ସହିତ ଗଦ୍ଯ ସାହିତ୍ୟର ବିକାଶକୁ ତ୍ବରାନ୍ବିତ କରିଛନ୍ତି ଏବଂ ନିଜର ଦକ୍ଷତା ବୃଦ୍ଧିରେ ଆତ୍ମସନ୍ତୋଷ ଲାଭ କରିଛନ୍ତି । ସେଥିପାଇଁ ନିଜ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ କବି କବୟିତ୍ରୀ ମାନଙ୍କ ଠାରୁ ପ୍ରଶଂସାର ସୁଅ ଛୁଟୁଥିବାର ଜଣାପଡିଛି ।
ଉକ୍ତ ଫଳାଫଳରେ ମୁଗ୍ଧହୋଇ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ କୁପାରୀ ବଜାରରେ ଥିବା ମା’ ତାରିଣୀ ଲେଡିଜ୍ କର୍ଣ୍ଣର ମାଲିକ(ଦୋକାନୀ) ଜୟଦେବ ସାହୁ(ବାପୁ ଭାଇ) ପ୍ରଥମ ସ୍ଥାନ ଅଧିକାର କରିଥିବା କଟକ ତୁଳସୀପୁର ଅଞ୍ଚଳର ଅଧ୍ଯାପିକା,ସୁ ଗୃହିଣୀ, ସୁ କବୟିତ୍ରୀ, ସୁ ଲେଖିକା ସୁଜାତା ମହାନ୍ତିଙ୍କୁ ପାଞ୍ଚ ଶହ(୫୦୦)ଟଙ୍କା ପୁରସ୍କାର ସ୍ବରୂପ ପ୍ରଦାନ କରିବେ ବୋଲି ଅନୁଷ୍ଠାନକୁ ଜଣାଇଛନ୍ତି । ପ୍ରକାଶ ଥାଉକି- ଶ୍ରୀ ସାହୁ ଜଣେ ସାହିତ୍ୟ ପ୍ରେମୀ ହୋଇଥିବାରୁ ମୋ ଅନୁଷ୍ଠାନର ପ୍ରତିଟି କାର୍ଯ୍ୟକ୍ରମ ସହିତ ଜଡ଼ିତ ଏବଂ ସମସ୍ତ କବି କବୟିତ୍ରୀ ମାନଙ୍କ ସୃଷ୍ଟିକୁ ଦୈନିକ ଟିକିନିଖି ପଢି ଅନୁଷ୍ଠାନକୁ ମୋବାଇଲ ମାଧ୍ୟମରେ ମତାମତ ଜଣାଇ ଥାଆନ୍ତି । ଅନୁଷ୍ଠାନର କାର୍ଯ୍ୟକ୍ରମ କିପରି ଅଧିକରୁ ଅଧିକ ସୁନ୍ଦର ହେବ ଏବଂ ଗଦ୍ଯ ସାହିତ୍ୟ କିପରି ଆହୁରି ଆଗକୁ ବଢିବ ସେ ବିଷୟରେ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କ ସହିତ ଆଲୋଚନା ଓ ପର୍ଯ୍ଯାଲୋଚନା କରିଥାନ୍ତି । କିଭଳି ଲେଖିଲେ ପ୍ରଥମ,ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିହେବ ସେ ବିଷୟରେ ଅନ୍ୟ ପ୍ରତିଯୋଗୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଶେଷରେ ଅନୁଷ୍ଠାନର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରାଙ୍କର ଏଭଳି ଉଦ୍ୟମକୁ ସାଧୁବାଦ ଜଣାଇ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ