02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗର୍ଭବତୀ ମହିଳାଙ୍କୁ ମାନବ ଶୃଙ୍ଖଳ ମାଧ୍ୟମରେ ଭରାନଈ ପାର କରାଇଲେ ଗ୍ରାମବାସୀ…

ମାଲକାନଗିରି(ସ.ଖ.ପ୍ର ): ଲଗାଣବର୍ଷା ଯୋଗୁଁ ମାଲକାନଗିରି ଓ ଛିତଶଗଡ ରାଜ୍ୟର ବିଭିନ୍ନ ନଦୀ ନାଳରେ ବନ୍ୟାଜଳ ପ୍ରବେଶକରି ଯୋଗା ଯୋଗ ବିଛିନ୍ନ ହୋଇଯାଇଛି ।ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲା ଲଙ୍କାପାଲି ଗ୍ରାମର କରୁଣାବାଚମ ନାମୀ ଜଣେ ଗର୍ଭବତୀ ମହିଳା ଗତ୩ଦିନ ଧରି ଯନ୍ତ୍ରଣା ଭୋଗୁଥିବାରୁ ତାଙ୍କୁ ହସପିଟାଲ ନେବା ପାଇଁ ଗ୍ରାମବାସୀ ମାନେ ମାନବିକତାଦେଖାଇ ଆଗେଇ ଆସିଥେଲ । ଚାରିଆଡେ ବନ୍ୟାଜଳ ରାସ୍ତା ଟିଏ ନଥିବାରୁ ବନ୍ୟାରେ ଉବୁଟୁବୁ ହେଉଥିବା ଭରାନଇର ଦୁଇ ପାଶ୍ୱର୍ ଗଛରେ ରସିବାନ୍ଧି ଜଣ ଜଣ କରି ନଦୀପାର କଲେ ଗ୍ରାମବାସୀ । ନଦୀ ଆରପାଶ୍ୱର୍ରେ ମଧ୍ୟ ବନ୍ୟାଜଳ ଭରପୁର ହୋଇ ରହିଥିବାରୁ ଗ୍ରାମବାସୀମାନେ ମାନବଶୃଙ୍ଖଳ ମଧ୍ୟମରେ ହାତକୁ ହାତଛନ୍ଦି ହାତରେଷ୍ଟ୍ରେଚର ଭଳି କରି ଗର୍ଭବତୀ ମହିଳାଙ୍କୁ ସେଥିରେ ବସାଇ ନାଳର ଆରପାରିକୁ ପାର କରି ରାସ୍ତାକୁ ନେଇଥିଲେ ।
ସେଠାରେ ଆମ୍ବୁଲାନ୍ସ ପହଁଚିବା ସମ୍ଭବ ହୋଇନଥିବାରୁ ଏକ ଟ୍ରାକ୍ଟର ଯୋଗେ ସେଠାରୁ ୯ କିଲୋମିଟର ଦୂରରେ ଥିବା ଚେଲମେରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରିଥିଲେ । ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସେଠାରୁ ବିଜାପୁର ଜିଲ୍ଲା ହସପିଟାଲକୁ ଡାକ୍ତରମାନେ ସ୍ଥାନାନ୍ତର କରିଦେଇଥିଲେ । ବିଜାପୁର ହସପିଟାଲରେ ମହିଳା ପହଁଚିବା ପରେ ଡାକ୍ତର ମାନେ ଚିକିତ୍ସା ଆରମ୍ଭ କରିଦେଇଥିଲେ । ମହିଳାଜଣଙ୍କ ଦୀର୍ଘ୩ଦିନ ଧରି ଗର୍ଭ ଯନ୍ତ୍ରଣା ଭୋଗିବା ଓ ନଦୀନାଳ ପାର ହୋଇ ଟ୍ରାକ୍ଟରରେ ଖାଲ ଢିପ ରାସ୍ତାରେ ଆସି ଥିବାରୁ ତାଙ୍କପେଟରେ ଶିଶୁଟିର ମୃତ୍ୟୁହୋଇ ଯାଇଥିବା ବେଳେ ମହିଳାଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ହୋଇଯାଇଥିଲା ,ମହିଳାଙ୍କ ଗର୍ଭରୁ ମଲାଶିଶୁକୁ ଡାକ୍ତର ଅପରେସନକରି ବାହାର କରି ମହିଳାଙ୍କୁ ବଚାଂଇଦେଇଥିଲେ । ଏତେ କଷ୍ଟ ପରେ ମଧ୍ୟ ଶିଶୁଟି ବଂଚିପାରିନଥିବାରୁ ବହୁତ ମନଦୁଃଖ କରିଥିଲେ |ଡାକ୍ତର ଗ୍ରାମବାସୀଙ୍କ ସାହସକୁ ସଲାମ କରିଥିଲେ ଓ ସମସ୍ତଙ୍କୁ ବୁଝାଇଥିଲେ |ଗ୍ରାମବାସୀଙ୍କ ଏପରି କାର୍ଯ୍ୟକୁ ଚାରି ଆଡୁ ପ୍ରଶଂସା ସୁଅ ଛୁଟୁଛି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *