03/25/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗଣ୍ଡାବଜା କଳାକାରଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଟ୍ବିଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ

ବରଗଡଜିଲ୍ଲା : ସମାଜରେ ଘଟୁଥିବା ନିତିଦିନିଆ ଘଟଣା, ଜନସାଧାରଣଙ୍କ ସୁବିଧା ଅସୁବିଧା ସମୟରେ ସବୁବେଳେ ସାଥି ହୋଇ ଜିଲ୍ଲା ତଥା ରାଜ୍ୟର ସମସ୍ୟା ,ଅସୁବିଧାର ଖବର ପାଇ ବିଭାଗୀୟ ଅଧିକାରୀ ଏବଂ ସରକାରଙ୍କୁ ଟ୍ବିଟ ମାଧ୍ୟମରେ ଜଣାଇ ତାର ସମାଧାନ କରାଇବା ଓ ଜନସାଧାରଣଙ୍କୁ ସୁବିଧା ସୁଯୋଗ ପ୍ରଦାନ କରାଇବା ଦିଗରେ ଦୁର୍ନୀତି ବିରୋଧି ଯୁବ ସଙ୍ଗଠନ ୟୁଥ ଆଗେନେ୍ଷ୍ଟ କର୍ପସନ ଯୋଖିପାଲିର ଚେଷ୍ଟା ଓ ଭୁମିକା ଅତୁଳନୀୟ ଅଟେ। ଲୋକଙ୍କ ପାଇଁ ଲୋକଙ୍କର ସମସ୍ୟା , ଅସୁବିଧାକୁ ଟ୍ବିଟ ମାଧ୍ୟମରେ ଜଣାଇବାର ଉଦ୍ୟମ କରିଆସୁଥିବା ସଂଗଠନ ଆଜି ଗଣ୍ଡାବଜା କଳାକାର ମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଟ୍ବିଟ ମାଧ୍ୟମରେ ଅନୁରୋଧ କରିଛି। ଗତ ତା ୧୯ .୦୪.୨୦୨୦ ରିଖ ଦିନ ” ସବୁବର୍ଗ ଖବର ” ରେ “ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପାରଂପାରିକ ଗଣ୍ଡାବଜା କଳାକାରଙ୍କ ଆକୁଳ ନିବେଦନ ” ଶିର୍ଷକ ଏକ ଖବର ପ୍ରକାଶିତ ହୋଇଥିଲା ,ଯାହା କୋଭିଡ ୧୯ ଯୋଗୁଁ ସବୁ ବିବାହ ବ୍ରତ, ଯାନିଯାତ୍ରା ,ସାସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ଥବାରୁ ପଶ୍ଚିମ ଓଡିଶାର ଗଣ୍ଡାବଜା କଳାକାରଙ୍କ
ଜୀବନ ଜୀବିକା ଠପ ହୋଇପଡିଛି । ତେଣୁ ସରକାର ଗଣ୍ଡାବଜା କଳାକାର ମାନଙ୍କୁ ସରକାରୀ ସହାୟତା ପ୍ରଦାନ କରନ୍ତୁ ,ଏହି ଖବର ପ୍ରସାରଣ ହୋଇଥିଲା। ସଂପୃକ୍ତ ଖବରକୁ ପଢି କଳାକାରଙ୍କର ବାସ୍ତବତାକୁ ବୁଝି ” ୟୁଥ ଆଗେନେଷ୍ଟ କର୍ପସନ ଦୁର୍ନୀତି ବିରୋଧି ଯୁବ ସଂଗଠନ ଯୋଖିପାଲି ” ଗଣ୍ଡାବଜା କଳାକାରଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ , ସାଧାରଣ ପ୍ରଶାସନ , ଅଭିଯୋଗ ବିଭାଗ , ଖାଦ୍ୟ ମନ୍ତ୍ରୀ , ରାଜା ସ୍ବାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ବିଟର ଯୋଗେ ଅନୁରୋଧ କରିଛନ୍ତି। ସଂଗଠନର ମହତ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲ ସହମତ ହୋଇ ଗଣ୍ଡାବଜା କଳାକାରଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ମିଳିତ ଦାବୀ ହେଉଛି।

ବରଗଡ ପ୍ରତିନିଧି ମୋତିଲାଲ ବାଗ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *