01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗଣଶିକ୍ଷା ମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ…

ମାଲକାନଗିରି :ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଆଜି ମାଲକାନଗିରି ଗସ୍ତରେ ଆସିଛନ୍ତି |ମାଲକାନଗିରି ଜିଲ୍ଲାର ମୁଖଦ୍ୱାର ଗୋବିନ୍ଦପାଲ୍ଲୀରେ ପ୍ରଥମେ ତାଙ୍କୁ ଜିଲ୍ଲା ବି ଜେଡି ତରଫରୁ ସ୍ୱାଗତ କରାଯାଇଥିଲା |ପରେ ସେ ଖଇରପୁଟ ରାସ୍ତା ଦେଇ ଗୁରୁପ୍ରିୟା ସେତୁକୁ ଯାଇଥିଲେ |ତାଙ୍କ ସହ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବାକା ଓ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ |ତାପରେ ବଡପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ସଭାର ଆୟୋଜନ କରାଯାଇଥିଲା |ସେଠାରେ କେତେଜଣ ଶିକ୍ଷକଙ୍କୁ ତାଙ୍କର ସେବାପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା |ଶେଷରେ ସେ ଅପରାହ୍ନରେ ଭୁବନେଶ୍ୱର ଚାଲିଯାଇଥିଲେ |ମାଲକାନଗିରି ରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *