02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗଣମାଧ୍ୟମ ପ୍ରତିନିଧିଙ୍କ ଆକ୍ରମଣ, ଜୀବନରୁ ମାରିଦେବାକୁ ଧମକ

ଧର୍ମଶାଳା ୩/୧୧(ପ୍ରତିନିଧି ନାରାୟଣ ରଥ) ବଢ଼ିବାରେ ଲାଗିଛି ଗଣମାଧ୍ୟମ ପ୍ରତିନିଧିଙ୍କ ଆକ୍ରମଣ । ସରକାର ଏହା ଉପରେ କୌଣସି ଦୃଢ଼ କାର୍ଯ୍ୟନୁଷ୍ଠାନ ନେଉନଥିବାରୁ ଆସାମୀ ମାନଙ୍କ ଖୁଲୁମ ଖୁଲା ବୁଲିବା ସହିତ ଏଭଳି କୁକାର୍ଯ୍ୟ କରିବାକୁ ପଛାଉନାହାନ୍ତି । ଗତକିଛି ଦିନ ହେଲା ରାଜ୍ୟରେ ଏଭଳି ଘଟଣା ବଢ଼ିାବରେ ଲାଗିଛି । ସେହିପରି ଧର୍ମଶାଳା ବ୍ଲକ କୋତପୁର ମାର୍କେଟ କମ୍ପେକ୍ସରେ ଘୋଟାଲ ଚାଲୁଥିବା ଖବର ପାଇ ୱବେ ମିଡିଆ ୨୪ ନିୟୁଜ ଏକ୍ସପ୍ରେସର ପ୍ରତିନିଧି ଦିପକ କୁମାର ମଲିକ ଘଟଣାସ୍ଥଳକୁ ଯାଇ ଚିତ୍ର ଉତୋଳନ କରୁଥିବା ବେଳେ ସେହି କାର୍ଯ୍ୟକୁ କରୁଥିବା ଠିକାଦାର ବିଚିତ୍ର ରାଉଳ ତାଙ୍କୁ ଆକ୍ରମଣ କରିବାକୁ ଘୋଡାଇବା ଏବଂ ଜୀବନରୁ ମାରିଦେବକୁ ଧମକ ଦେଇଥିଲା । ଏଥିରେ ବିଚଳିତ ହୋଇ ଦିପକ ସେଠାରୁ ପଳାଇ ଆସିବା ପରେ ପୂର୍ନବୁାର ୩୦ତାରିଖ ଦିନ ଗ୍ରାମରେ ଥିବା ସମୟରେ ବିଚିତ୍ର ଆସି ଆକ୍ରମଣ କରିଥିଲେ । ଏହାକୁ ନେଇ ଧର୍ମଶାଳା ଥାନାରେ ଦିପକଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ଏପ୍ରର୍ଯ୍ୟନ୍ତ ଥାନା ଅଧିକାରୀ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନାହିଁ । ଫଳରେ ଏବେ ସାମ୍ବାଦିକ ମାନେ କର୍ମ କ୍ଷେତ୍ରରେ ସୁରକ୍ଷିତ ମଣୁନାହାନ୍ତି । ଯଦି ଆଜି ସୁଧା ସମ୍ପୁକ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଯାଏ ତେବେ ଯାଜପୁର ୱେବ ମିଡିଆ ଆସୋସିଏସନର ଆନେ୍ଦାଳନକୁ ଓଲ୍ଲାଇବାକୁ ଚେତାବନୀ ଦେଇଛି । ଏପରକି ଏହାକୁ ନେଇ ଗତକାଲି ୫ଟି ସଚିବ ଏବଂ ପୋଲିସ ଡିଜିଙ୍କୁ ଭେଟିବାକୁ ଯିବାକୁ ସଂଘ ପ୍ରସ୍ତୁତ ହେଉଥିବା ଖବର ମିଳିଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *