ଗଞ୍ଜେଇ ଜବତ ସହ ୨ ଗିରଫ….

ମାଲକାନଗିରି(ସଖପ୍ର): ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦିଲି ପଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଗଞ୍ଜେଇ ଚୋରା ଚାଲାଣରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ପୋଲିସ ପେଟ୍ରୋଲିଂ ସମୟରେ ଗଞ୍ଜେଇ ଚୋରା ଚାଲାଣର ଖବର ପାଇ ପୋଲିସ ଗୋବିନ୍ଦପାଲି ଓ ବାଲିମେଳା ଜାତୀୟ ରାଜପଥରେ ଯାନବାହାନ ଚେକ୍ କରୁଥିଲେ । ଏହି ସମୟରେ ଏକ ଟାଟା ଜ଼ଏସ୍ଟି କାର୍ ନଂ ଏମପି ୨୨ ସିଏ-୩୫୭୩ କୁ ପୋଲିସ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ କାର୍ ଭିତରେ ୫୦ କେଜି ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ଗଞ୍ଜେଇ ଚୋର ଚାଲାଣରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାସ୍ଥଳରୁ ୫୦ କେଜି ଗଞ୍ଜେଇ, ଏକ କାର୍, ଦୁଇଟି ମୋବଇଲ୍ ଫୋନ୍ ଓ ନଗଦ ୧୩୦୦ ଟଙ୍କା ଜବତ କରିଛନ୍ତି । ଗିରଫ ଦୁଇ ଅଭିଯୁକ୍ତ ହେଲେ ମଧ୍ୟପ୍ରଦେଶ ସେଓନି ଜିଲ୍ଲାର ସୌରବ ଭୋସଲେ ଓ ବ୍ରଜେଶ ତିୱାରୀ। ବାରମ୍ବାର ଗଂଜେଇ ଚାଲାଣ ଚାଲିଥିବା ସମୟରେ ବିଭାଗୀୟ ଅଧିକାରୀଙ୍କ ନୀରବତା ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ