ଗଞ୍ଜେଇ ଚୋରା ଚାଲାଣ ବେଳେ ୨ ଗିରଫ ୧୨୭୭ କେଜି ଗଞ୍ଜେଇ ଜବତ
ଜୟପୁର (ସଖପ୍ର): କୋରାପୁଟଜିଲ୍ଲାରେ ଦିନକୁ ଦିନ ବେଧଡକ ଭାବେ ଚାଲିଛି ଗଞ୍ଜେଇ ଚୋରା ଚାଲାଣ। କରୋନା ତାର ଦ୍ଵିତୀୟ ଲହରୀରେ ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିବା ବେଳେ, ଏହାର ସୁଯୋଗ ଉଠାଇ ସକ୍ରିୟ ଅଛନ୍ତି ଏହି ଗଞ୍ଜେଇ ମାଫିଆ ମାନେ। କିଛି ଦିନ ତଳେ କୋରାପୁଟ ଜିଲ୍ଲାରେ ପରିବା ବୋଝେଇ ଟ୍ରକ, ଅଦା ବୋଝେଇ ଟ୍ରକ ଓ ପଣସ ବୋଝେଇ ଟ୍ରକରେ ଗଞ୍ଜେଇ ଜବତ କରାଯାଇଥିଲା। ଆଜି ନୂଆ ଫର୍ମାଟରେ ଗଞ୍ଜେଇ ଚୋରା ଚାଲାଣ ବେଳେ, ଜୟପୁର ସଦର ପୋଲିସ ହାତରେ ଲାଗିଛି ଏହି ଗଞ୍ଜେଇ। ପୁଣି ଆଉ ଏକ ସଫଳତା ପାଇଛି ଜୟପୁର ସଦର ପୋଲିସ। ତା୧୧/୦୬/୨୦୨୧ରିଖ ଏକ ଟ୍ରକ ଯୋଗେ ଯାହା କି ଗାଡି ନମ୍ବର (ପିବି- ୧୦ ଇ.ଏସ୍.-୪୬୧୧) ଅକ୍ସିଜେନ୍ ସିଲିଣ୍ଡର ବୋଝେଇ ଟ୍ରକରେ ୧୨୭୭ କେଜି ଗଞ୍ଜେଇ ଚାଲାଣ କରାଯାଉଥିଲା। କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ଜୟପୁର ସଦର ଥାନା ଅଧିକାରୀ ଆଦିତ୍ୟ ମହାକୁର୍ ସଦଳବଳେ ଜୟପୁର କୋରାପୁଟ ଘାଟିରେ ଜଗିରହିଥିଲେ। ଏହି ଅକ୍ସିଜେନ ବୋଝେଇ ଟ୍ରକଟିକୁ ଅଟକାଇ ଛାନଭିନ କଲାବେଳେ ଗଞ୍ଜେଇଥିବା ଦେଖି ଜବତ କରିଥିଲା ଜୟପୁର ପୋଲିସ। ଟ୍ରକରେ ୧୨୭୭ କେଜି ଗଞ୍ଜେଇ ଚୋରା ଚାଲାଣ ହୋଇ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଠାରୁ ଦିଲ୍ଲୀ ଯାଉଥିବା ବେଳେ ଜୟପୁର ସଦର ପୋଲିସ ହାତରେ ଧରାପଡିଛି। ଜବତ ସମୟରେ ଏଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨ ଟି ମୋବାଇଲ ଫୋନ ମଧ୍ୟ ଜବତ କରିଛି ପୋଲିସ। ଅଭିଯୁକ୍ତ ମାନଙ୍କୁ ଏନଡିପିଏସ୍ କେସ ରୁଜୁ କରି ପୋଲିସ କେସ୍ ନମ୍ବର ୧୦୪/୨୦୨୧ ଅଣ୍ଡର ସେକ୍ସନ୍ ୨୦ (ବି) ଏବଂ (ସି) ରେ କେସ ରୁଜୁ କରିଛି ଜୟପୁର ସଦର ପୋଲିସ।
ପ୍ରତିନିଧି ସିମାଦ୍ରି ଶ୍ରୀନିବାସ