ଗଞ୍ଜେଇ ଚୋରା ଚାଲାଣରେ ବସ ମାଲିକ

ଜୟପୁର (ସଖପ୍ର): ଜୟପୁର ସଦର ଥାନା ପୋଲିସ ଆଜି 3ଜଣକୁ ଗିରଫ କରିଛି। ଜୟପୁର ସଦର ଥାନାର OIC ଆଦିତ୍ୟ ମହାକୁର ଗତ ରାତ୍ରୀରେ ଏକ ଟାଟା ଆଇଚର ଗାଡ଼ି ନମ୍ୱର Ap 05V 9792 ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନା ପାଇ ଜୟପୁର ସଦର ପୋଲିସ ସଦଳବଳେ ଗଞ୍ଜେଇ ଭର୍ତ୍ତି ଗାଡିକୁ ଜବାକନାଡି ଛକ ନିକଟରେ ଗାଡିକୁ ଅଟକାଇଥିଲେ। ଯାଞ୍ଚ ସମୟରେ 1008 କେଜି ଗଞ୍ଜେଇ ସହ ଗାଡ଼ି ଚାଳକକୁ ଅଟକ ରଖିଲେ । ଅନ୍ଧାର ସୁଯୋଗ ନେଇ 2ଜଣ ଚମ୍ପଟ ମାରିଥିଲେ ପୁଣି ଏମାନଙ୍କୁ ଗିରଫ କରିବା ପାଇଁ ଆଉ ଗୋଟେ ଦଳ ଗଠନ କରି ମାଛକୁଣ୍ଡ, ଜଲ୍ଲାପୁଟ ଅଞ୍ଚଳରେ ଚଢାଉ କରି ଏହି ତିନି ଜଣଙ୍କୁ ଗିରଫ କରିଥିବା ବେଳେ ଏମାନଙ୍କ ଠାରୁ ଗୋଟିଏ କାର, ବାଇକ, 1 ଲକ୍ଷ 65 ହଜାର ଓ ଫୋନ ଜବତ କରାଯାଇଛି। ଗିରଫ ହୋଇଥିବା ତିନିଜଣଙ୍କ ମଧ୍ୟରୁ ଜଣେ ବସ ମାଲିକ ବୋଲି ଜଣାପଡିଛି। ଏହି ଗଞ୍ଜେଇ ଜଲାପୁଟରୁ ଜୟପୁର ଆସି ବାହାର ରାଜ୍ୟକୁ ଆଉ ଗୋଟିଏ ଗାଡିରେ ପଠେଇବାର ଯୋଜନା ଥିଲା ବୋଲି ଜୟପୁର ଏସ ଡ଼ି ପିଓ ଅରୁପ ଅଭିଷେକ ବେହେରା ସୂଚନା ଦେଇଛନ୍ତି।
ଜୟପୁରରୁ ମଞ୍ଜିତ ସିଂଙ୍କ ରିପୋର୍ଟ