05/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ୭୬ ତମ ସ୍ୱାଧୀନତା ଦିବସ ପାଳିତ

ଗଞ୍ଜାମ ୧୫/୦୮(ସଖପ୍ର): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ 75 ତମ ସ୍ୱାଧୀନତାର ଅମୃତ ମହୋତ୍ସବ ଦିବସ ପାଳିତ ହୋଇସାରିଛି, ଶ୍ରୀ ଯୁକ୍ତ ଜେ.ଲଛମନ ପାତ୍ର ପତାକା ଉତ୍ତୋଳନ କରିଥିଲେ। ପରିଚୟ ପ୍ରଦାନ କରିଥିଲେ ଆଚାର୍ଯ୍ୟ ତାରିଣୀ ଚରଣ ଦାଶ। ଏହି ଅନୁଷ୍ଠାନର କୁନି କୁନି ଶିଶୁ କଳାକାର ମାନେ ବିଭିନ୍ନ ନୃତ୍ୟ ଏବଂ ଜାତୀୟ ସଂଗୀତ ମାଧ୍ୟମରେ ବନ୍ଦେ ମାତରଂ ସଂଗୀତ ଗାନ କରିବା ସହିତ ବିଭିନ୍ନ ବେଶରେ ସଜିତ ହୋଇ ବିରାଟ ଶୋଭା ଯାତ୍ରାରେ ପୁରୁଷୋତ୍ତମପୁରର ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଗୁଚ୍ଛ ଦେବା ପରେ ଶିଶୁ କଳା କାର ମାନେ ବିଭିନ୍ନ ବେଶଭୁଷା ତଥା ମହାତ୍ମା ଗାନ୍ଧୀ, ସୁବାସ ଚନ୍ଦ୍ର ବୋଷ ,ଗୋପବନ୍ଧୁ ଦାସ, ଭାରତମାତା, ଜବାହାର ଲାଲ ନେହେରୁ ପ୍ରଭୃତି ବହୁତ ମହାପୁରୁଷଙ୍କ ବେଶରେ ବିରାଟ ଝାଙ୍କି ମାଧ୍ୟମରେ ଏକ ବିରାଟ ଶୋଭା ଯାତ୍ରାରେ ଭାରତ ମାତାକୀ ଜୟ ଏବଂ ଆମର ମହାପୁରୁଷଙ୍କ ନାମ ନେଇ କୁନି କୁନି ପିଲାମାନଙ୍କ କୋମଳ ମତି ଧ୍ୱନିରେ ପୁରୁଷୋତ୍ତମପୁର ସହର କମ୍ପି ଉଠିଥିଲା।  ପୁରୁଷୋତ୍ତମପୁର ବାସି ବହୁତ ଖୁସିଅନୁଭବ କରିବା ସହିତ ପିଲାମାନଙ୍କୁ ଆଶୀର୍ବାଦ ଦେଇଥିଲେ।

ଏହି ମହୋତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିବା ଗୁରୁଜନ ମାନେ ହେଲେ, ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡାକୁଆ,ସଭାପତି ଶ୍ରୀ ଯୁକ୍ତ ବାଲ୍ୟ କୃଷ୍ଣ ପଲାଇ ଉପସଭାପତି ଶ୍ରୀ ଯୁକ୍ତ ଡଃ- ସୁଶାନ୍ତ କୁମାର ବେହେରା ସମ୍ପାଦକ ଶ୍ରୀ ଯୁକ୍ତ ଜେ.ଲଛମନ ପାତ୍ର, କୋଷାଧକ୍ଷ ଶ୍ରୀ ଯୁକ୍ତ ରାଜ କିଶୋର ଶାସମଲ, ପୂର୍ବତନ ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମୀ ଚରଣ ପାଣିଗ୍ରାହୀ, ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ବନ୍ଧୁ ଶାସମଲ, ଶେଷରେ ଶ୍ରୀଯୁକ୍ତ ଆଚାର୍ଯ୍ୟ ପ୍ରଣବ କୁମାର ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ।

ଗଞ୍ଜାମ ପ୍ରତିନିଧି ଅରୁଣ କୁମାର ଗୌଡ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *