01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗଜପତିରେ ବିଜେଡିର ଜନସଂପର୍କ ପଦଯାତ୍ରାର ଉଦଯାପନ

ଗଜପତି: (ସଖପ୍ର) ପାରଳାଖେମୁଣ୍ଡି ଠାରେ ବିଜେଡିର ଜନସଂପର୍କ ପଦଯାତ୍ରା ଉଦଯାପନୀ ଦିବସ ପାଳିତ ହୋଇଛି । ସ୍ଥାନୀୟ କୋର୍ଟ ଛକ ଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ବିଜୁବାବୁଙ୍କ ପ୍ରତିମୁର୍ତ୍ତି ନିକଟରେ ଶେଷ ହୋଇଥିଲା । ଏହି ସମୟରେ ସହରର ବିଭିନ୍ନ ସାହି ବସ୍ତି ବୁଲି ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନତା କରାଇଥିଲେ । ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ପଦଯାତ୍ରାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ସମେତ ଜିଲ୍ଲା ବିଭିନ୍ନ ଏବଂ ସହରାଞ୍ଚଳର ଶତାଧିକ ବିଜେଡି କର୍ମୀ ଓ ନେତା ସାମିଲ ହୋଇଥିଲେ । ଏହି ଅବସରରେ କିଛି ନେତା କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିବା ବେଳେ ସାଂସଦ ସେମାନଙ୍କୁ ସ୍ବାଗତ କରିବା ସହ ସମସ୍ତ ଯୋଗଦାନ ଦେଇ ଦଳକୁ ଅଧିକ ମଜବୁତ କରିବ ବୋଲି କହିଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *