12/15/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗଛରେ ବନ୍ଧାହୋଇ ମାଡ଼ ଖାଇଥିବା ବିଧବା ମହିଳା ପୁଣି ଥାନାକୁ ଗଲେ..

ମାଲକାନଗିରି (ସ.ଖ.ପ୍ର ):ଗତ ୧୦ତାରିଖରେ କାଲିମେଳା ବ୍ଲକ ଗୁମକା ପଂଚାୟତ ଏମ ପି ଭି -୧୦ଗ୍ରାମର ଜଣେ ବିଧବା ମହିଳା ଶେଫାଳି ବିଶ୍ୱାସ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମରାଯାଇଥିଲା |ଏହା ଶେଫାଳିଙ୍କ ଜମିକୁ ନେଇ ଘଟିଥିଲା |ଏହାପରେ ଶେଫାଳି ଓ ତାର ପରିବାର ସେହି ଗ୍ରାମର ବିଜନ ମଜୁମ୍ଦାର, ରତନ ମଜୁମ୍ଦାର, ସପନ, ଚନ୍ଦନ, ତିଲକ ଓ କଳ୍ପନା ମଜୁମ୍ଦାରଙ୍କ ନାମରେ ଥାନାରେ ଏତେଲା ଦେଇଥିଲେ |ତାପରେ ତଦନ୍ତ ଆରମ୍ଭ ହୋଇଥିଲା ଓ ତଦନ୍ତ ନ ସରିବା ଯାଏଁ କୌଣସି ଗଣ୍ଡଗୋଳ ନ କରିବାକୁ ବୁଝାଇଥିଲେ |କିନ୍ତୁ ୧୮ ତାରିଖ ରାତିରେ ପୁଣି ଶେଫାଳିଙ୍କ ଘରକୁ ୪ ଜଣ ଲୋକ ଯାଇ କବାଟ ବାଡେଇ ଯଥାଶୀଘ୍ର ତୋର ଏଫ ଆଇ ଆର ଫେରାଇ ନେଇ ଆସ ନ ହେଲେ ସବୁକୁ ମାରିଦେବୁ ବୋଲି ଧମକ ଦେଇଥିଲେ |ଶେଫାଳି ପରିବାର ସହ ଯାଇ ପୁଣି ଥାନାରେ ଏତେଲା ଦେଲେ ଏବଂ ଆମକୁ ନ୍ୟାୟ ଦିଅନ୍ତୁ ବୋଲି ଥାନାଧିକାରୀଙ୍କୁ ଗୁହାରି କରିଥିଲେ |ଏ ବିଷୟରେ ଥାନାଧିକାରୀ ଶ୍ରୀ ଝାଙ୍କାର ଙ୍କୁ ପଚାରିବାରୁ ଏହା ଜମି ବିବାଦ ଆମେ ସେମାନଙ୍କୁ ବୁଝାଇଥିଲୁ |ତହସିଲ କର୍ମଚାରୀ ଯାଇ କାହାର ଜାଗା କେଉଁଠି ତାହା ମାପିବାକୁ ଯିବେ |ଏବେ ଯେଉଁ ଘଟଣା ଘଟିଛି ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦିଆଯିବ |ଜଣେ ବିଧବା ମହିଳାଙ୍କୁ ଏପରି ଅତ୍ୟାଚାର ନ କରିବାକୁ ଜିଲ୍ଲାର ବୁଦ୍ଧିଜୀବୀମାନେ ପ୍ରତିକ୍ରିୟା ରଖିଛନ୍ତି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *