01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗଛରୁ ନାବାଳିକା ର ଝୁଲନ୍ତା ଶବ ଉଦ୍ଧାର ,ଦୁଷ୍କର୍ମ ପରେ ହତ୍ୟା ନେଇ ପରିବାର ବର୍ଗଙ୍କ ଅଭିଯୋଗ।

କୋରାପୁଟଜିଲ୍ଲା/କୋଟପାଡ଼(ସଖପ୍ର)-୨୧/୦୭/୨୦-କୋଟପାଡ଼ ଥାନା ଚିତ୍ରା ପଞ୍ଚାୟତର ବାଗଚୁଁଆ ଗ୍ରାମରେ ଆଜି ରାତି ୨ଟା ସମୟରେ ଶୌଚ ପାଇଁ ନିଜ ଘରୁ ବାହାରି ଆଉ ଘରକୁ ଫେରି ନଥିଲେ ଜଣେ ନାବାଳିକା ଝିଅ ।ଆଉ ଭୋର ୫ଟା ବେଳକୁ ନିଜ ଘର ନିକଟ ରେ ଥିବା ଏକ ତେନ୍ତୁଳି ଗଛରେ ଝୁଲୁ ଥିଲା ତାଙ୍କ ଶବ।ଆଉ ଏସବୁ ଦେଖି ପୋଲିସ କୁ ଖବର ଦେଇଥିଲେ ପରିବାର ଲୋକେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଝୁଲନ୍ତା ଶବ କୁ ଉଦ୍ଧାର କରି ଆରମ୍ଭ କରିଛି ତଦନ୍ତ । ସେପଟେ ମୃତ ନାବାଳିକା ଙ୍କ ଶବ ଉଦ୍ଧାର ସମୟ ରେ ତାଙ୍କର ପିନ୍ଧିଥିବା ପୋଷାକ ଚିରା ଯାଇଥିବା ଦେଖିବାକୁ ମିଳିଥିଲା।
ନାବାଳିକା ଜଣକ ଗ୍ରାମର ଏକ ଯୁବକ ସହ ପ୍ରେମ ସମ୍ପର୍କ ରହିଥିବା ବେଳେ ସେହି ଯୁବକ ଏବଂ ତାଙ୍କ ସହଯୋଗୀ ମାନେ ଦୁଷ୍କର୍ମ କରି ହତ୍ୟା କରିଥିବା ନେଇ ସନ୍ଦେହ କରି କୋଟପାଡ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିବା କହିଛନ୍ତି ମୃତ ଝିଅ ଙ୍କ ବାପା ଆଉ ମାମୁ।
ସେପଟେ ପରିବାର ବର୍ଗ ଆଣିଥିବା ଅଭିଯୋଗ ଆଧାର ରେ ଏକ ମାମଲା ରୁଜୁ ହୋଇଛି।ଏହାର ତଦନ୍ତ ମଧ୍ୟ ଚାଲିଛି ଆଉ ଶବ ର ବ୍ୟବଛେଦ ରିପୋର୍ଟ ଆସିବା ପରେ ସବୁ ସ୍ୱଷ୍ଟ ଜଣାପଡିବ ବୋଲି କହିଛନ୍ତି ବୋରିଗୁମ୍ମା ଏସ.ଡି.ପି.ଓ ଶ୍ରୀ ହରେକୃଷ୍ଣ ମାଝି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *