03/27/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଖେଦାପୋଡା ପଂଚାୟତର ଚାଉଳ ଗୋଦାମ ଗୃହରୁ ଚାଉଳ ଚୋରି

ରାୟଗଡା : ରାୟଗଡା ଜ଼ିଲ୍ଲା କୋଳନରା ବ୍ଲଜ ଅନ୍ତର୍ଗତ ଥେରୁବାଲି ଫାଣ୍ଡି ଅଧିନସ୍ଥ ଖେଦାପୋଡ଼ା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଅବସ୍ଥିତ ଚାଉଳ ଗୋଦାମ ଗୃହ ରୁ ଚାଉଳ ଚୋରି ହୋଇଥିବା ର ଅଭିଯୋଗ ଆଣିଲେ ସରପଞ୍ଚ ନରସିଂହ କୀଲାକା l ସୂଚନା ଯୋଗ୍ୟଯେ କେନ୍ଦ୍ର ସରକାର ଙ୍କ ମାଗଣା ଚାଉଳ ଯୋଜନା ରେ ତିନି ମାସ ଜୁଲାଇ ଅଗଷ୍ଟ ଓ ସେପ୍ଟେମ୍ବର ମାସ ପାଇଁ ଖେଦାପୋଡ଼ା ପଂଚାୟତ ର ଯୋଗ୍ୟ ହିତାଧିକାରୀ ଙ୍କ ପାଇଁ ଚାଉଳ ଆସି ପଂଚାୟତ ଗୋଦାମ ଗୃହରେ ଉଲ୍ଲାହିଁଥିଲା l ଗତ କାଲି 13/07/2023 ରେ ଯୋଗାଣ ସହାୟକ ପ୍ରସାଦ ହିକକା ଦିନ ସାରା ଖେଦାପୋଡ଼ା ଗ୍ରାମବାସୀଙ୍କୁ ଚାଉଳ ଦେଇ ସନ୍ଧ୍ୟା ସମୟରେ ଗୋଦାମ ଗୃହରେ ତାଲା ଦେଇ ଚାଲି ଯାଇଥିଲେ l ଆଜି 14/07/2023 ସକାଳେ ଆସି ଗୋଦାମ ଗୃହ ଖୋଲି ହିତାଧିକାରୀ ଙ୍କୁ ଚାଉଳ ଦେଉଥିବା ସମୟରେ ଏକ ବ୍ୟକ୍ତି କାନ୍ଥ ରେ ଗତ ହୋଇଥିବା ଦେଖି ଯୋଗାଣ ସହାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଯୋଗାଣ ସହାୟକ ପ୍ରସାଦ ତୁରନ୍ତ ସରପଞ୍ଚ ନରସିଂହ କୀଲାକା ଓ ପଂଚାୟତ ଅଧିକାରୀ ପ୍ରତାପ ହିମିରିକା ଙ୍କୁ ଘଟଣା ବିଷୟରେ ଜଣାଇଥିଲେ l ତୁରନ୍ତ ପଂଚାୟତ ଗୋଦାମ ଗୃହ ରେ ସରପଞ୍ଚ ଓ ପଂଚାୟତ ଅଧିକାରୀ ପହଁଚିଥିଲେ l କେତେକ ଦୁର୍ବୃତ୍ତ କାନ୍ଥ ଭାଙ୍ଗି ଚାଉଳ ନେଇଥିବା ଜାଣି ବ୍ଲକ ଯୋଗାଣ ଅଧିକାରୀ ଅନିଲ କୁମାର ଗମାଙ୍ଗ ଜଣାଇଥିଲେ l ପରେ ପରେ ସରପଞ୍ଚ ଓ ପଂଚାୟତ ଅଧିକାରୀ ଥେରୁବାଲି ଫାଣ୍ଡି ରେ ଯାଇଗୋଦାମ ଗୃହ ର କାନ୍ଥ ଭାଙ୍ଗୁ ଚାଉଳ ଚୋରି ହୋଇଥିବା ଲିଖିତ ଅଭିଯୋଗ କରିଥିଲେ l ପରେ ପୋଲିସ ଘଟଣା ସ୍ଥଳ ରେ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି l ତଦନ୍ତ ସମୟରେ ପୋଲିସ କର୍ମଚାରୀ ମାନେ ଦେଖିବାକୁ ପାଇଥିଲେ ଯେ ଦୁର୍ବୃତ୍ତ ମାନେ 50 କେଜି ଚାଉଳକୁ ଦୁଇ ଭାଗ କରି ବାହାରେ ଲଟାବୁଦା ରେ ଫିଙ୍ଗି ଦେଇଥିବାର ଦେଖିଥିଲେ । କିଏ କଣ ପାଇଁ ଚାଉଳ ଚୋରି ପାଇଁ ଆସୁଥିଲେ ନା କଣ ତାହାର ତଦନ୍ତ ଜାରିରଖିଛି ପୋଲିସ । ଯେଉଁ ଗୋଦାମ ଗୃହରେ ଚାଉଳ ଗଛିତ ଥିଲା ସେହିପରି ଗୃହ ରେ ଗ୍ରାମ୍ୟ ଜଲଯୋଗାଣ ବିଭାଗ ର ଟ୍ୟୁବେଳ ମରାମତି ଯନ୍ତରାଂଶ ରଖାଯାଇଥିଲା । ଦୃବୃତ୍ତ ମାନେ ଯେଉଁ କାନ୍ଥ ଭାଙ୍ଗି ଥିଲେ ସେହି କାନ୍ଥ ପାଖରେ ଟ୍ୟୁବେଳ ମରାମତି ଯନ୍ତ୍ରଂଶ ଥିଲା ସେଥିପାଇଁ ଦୁର୍ବୃତ୍ତ ମାନେ ଚାଉଳ ବସ୍ତା ନେବା ପାଇଁ ସେତେପରିମାଣ ରେ ସକ୍ଷମ ହୋଇପାରିଲେ ନଥିବା ପୋଲିସ ପ୍ରାଥମିକ ତଦନ୍ତ ରେ ଜାଣିପାରିଛି । କିଏ କଣ ପାଇଁ ଚାଉଳ ଚୋରି ପାଇଁ ଆସିଥିଲା ନା ତାହାର ଉଦେଶ୍ୟ କଣ ଥିଲା ତାହା ତଦନ୍ତ ସାପେକ୍ଷ ବୋଲି ସରପଞ୍ଚ ନରସିଂହ କହିଛନ୍ତି ।
ରାୟଗଡା ପ୍ରତିନିଧି ଅମୁଲ୍ୟ ନିଶଙ୍କ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *