01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଖୁଲମ ଖୁଲା ଚାଲିଛି ମଦ ବେପାର…

ମାଲକାନଗିରି(ସଖପ୍ର): ଜିଲ୍ଲାର କେତେକ ସ୍ଥାନରେ ସନ୍ଧ୍ୟା ୬ ଟା ପରେ ଖୁଲମ ଖୁଲା ଭାବେ ଚାଲିଛି ମଦ ବେପାର । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକଏମ. ଭି -୭୯ ଥାନା ଅନ୍ତର୍ଗତ ମଦ ଦୋକାନରେ । ସୂଚନା ଅନୁସାରେ ଗତ କାଲି ସନ୍ଧ୍ୟା ୬:୩0ସମୟରେ ମଦ ଦୋକାନରେ କୋଭିଡ ନିୟମକୁ ଉଲଂଘନ କରି OD 30 C 1886 ଅଟୋ ଯୋଗେ କିଛି ମଦ ପେଟି ଏମ. ଭି -୭୯ ଠାରୁ ଏମ ଭି -୭୨ ନେଇଯାଉଥିଲେ । ଅଟୋ ଡ୍ରାଇଭରକୁ ପଚାରିବାରୁ ଜଣା ପଡିଲା ଯେ ଏହି ମଦ ପେଟି ଗୁଡିକ ଏମ. ଭି -୭୨ ଗ୍ରାମର ତାରକ ଢାଳିଙ୍କର ବୋଲି। ଏଠାରେ ପ୍ରଶ୍ନ ଉଠୁଛି କୋଭିଡ ନିୟମ କଣ କେବଳ ଖାଉଟି ଦୋକାନି ମାନଙ୍କ ପାଇଁ ? ମଦ ବ୍ୟବସାୟୀ ମାନଙ୍କ ପାଇଁ ଏହି ନିୟମ ନାହିଁ କି ?କୌଣସି ଦୋକାନୀ କୋଭିଡ ନିୟମ ଖିଲାପ କରି ଯଦି ନିଜର ଦୋକାନ କିଛି ସମୟ ବିଳମ୍ବରେ ବନ୍ଦ କରେ ତେବେ ପ୍ରଶାସନ ପକ୍ଷରୁ ସେଠାରେ ୫୦୦୦-୧୦୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡେ ନଚେତ ଦୋକାନକୁ ସିଲ କରାଯାଉଛି । ମଦ ଦୋକାନ ପ୍ରତି ପ୍ରଶାସନ ନିରବ କାହିଁକି ? ଜିଲ୍ଲା ପ୍ରଶାସନ ର ନଜରରେ ଏହି ମଦ ଦୋକାନ ନାହିଁକି ? ତେବେ ଦେଖିବାକୁ ବାକି ରହିଲା ସ୍ଥାନୀୟ ପ୍ରଶାସନ କେବେ ନିଦରୁ ଉଠୁଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *