02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଖିଲାମୁଣ୍ଡା ଓ ଭାରସିଂ ହାଇ ସ୍କୁଲର ବାର୍ଷିକ ଉତ୍ସବ ପାଳିତ

ରାୟଗଡା ଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜ଼ିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ପଦ୍ମପୁର ବ୍ଲକର ଖିଲାମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ ଓ ଗୁଣୁପୁର ବ୍ଲକର ଭାରସିଂ ହାଇ ସ୍କୁଲର ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି। ଖିଲାମୁଣ୍ଡା ବାଳିକା ବିଦ୍ୟାଳୟର ଆବାହକ ପ୍ରଧାନ ଶିକ୍ଷକ ଭୀମ ନିମାଲାଙ୍କ ଏହି ଆୟୋଜିତ ଉତ୍ସବରେ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ରୂପେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟବକ୍ତା ରୂପେ, କୃଷ୍ଣ ଚନ୍ଦ୍ର ମହାଲି ସମ୍ମାନିତ ଅତିଥି ରୂପେ, ଗୁଣୁପୁର ବିଧାୟକ ରଘୁନାଥ ଗୋମାଙ୍ଗ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ, ବ୍ଲକ ଅଧକ୍ଷ ରମାକାନ୍ତ ମାଝୀ, ବ୍ଲକ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ, ତହସିଲଦାର ନୀଳମାଧଵ ମାଝୀ, ମଙ୍ଗଳ ସଂମ୍ପ୍ରସାରଣ ଅଧୀକାରୀ ସସ୍ମିତା ରଥ ଯୋଗ ଦେଇଥିଲେ। ଠିକ ସେହିପରି ଗୁଣୁପୁର ବ୍ଲକର ଭାରସିଂ ହାଇ ସ୍କୁଲର 7ମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଗୁଣୁପୁର ବିଧାୟକ ରଘୁନାଥ ଗୋମାଙ୍ଗ,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ ଯୋଗ ଦେଇଥିଲେ ,ନିଜର ମନ୍ତବ୍ୟ ରେ ମନ୍ତ୍ରୀ ସାରକା କହିଛନ୍ତି ଯେ ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ପାଇଁ ସରକାର ବଦ୍ଧ ପରିକର। ଏହି ଅନୁଷ୍ଠାନର ଶିକ୍ଷା ଦାନ ଶୈଳୀରେ ବହୁତ ଉନ୍ନତି ଲାଗି ମାଟ୍ରିକ ପରୀକ୍ଷାରେ ପାସ ହାର ଶତ ପ୍ରତିଶତ ହୋଇଛି। ଯଦ୍ୱାରା ଏହି ଅନୁଷ୍ଠାନ ଏକ ଆଦର୍ଶ ଅନୁଷ୍ଠାନ ଭାବେ ଜ଼ିଲ୍ଲାରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଅନ୍ୟ ତମ ଅତିଥି ଭାବେ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ ଶତପଥି ମଙ୍ଗଳ ବିଭାଗ ଶିକ୍ଷାଧିକାରୀ ଶ୍ୟାମଘନ ଭୂୟାଁ, ମଙ୍ଗଳ ସଂମ୍ପ୍ରସାରଣ ଅଧୀକାରୀ ଶ୍ରୀନିବାସ ଆଚାରି ମଞ୍ଚାସୀନ ଥିଲେ। ପି ଏ ଆଇ ଟି ଡ଼ି ଏ ଗୁଣୁପୁର ଗୋରାଚାନ୍ଦ ଗୋମାଙ୍ଗ ଏହି ଭାରସିଂ ସ୍କୁଲ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମର ସଭାପତିତ୍ବ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଉଭୟ ସ୍କୁଲର ଛାତ୍ର ଛାତ୍ରୀ ମାନେ ମନୋରଞ୍ଜନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *