01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ କୋରାପୁଟ ଗସ୍ତ

କୋରାପୁଟ (ସଖପ୍ର): ଖାଦ୍ୟ ଯୋଗାଣ,ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗୁରୁବାର କୋରାପୁଟ ଜିଲ୍ଲା ଗସ୍ତରେ ଆସି ବିଭାଗୀୟ ସମୀକ୍ଷା ବୈଠକ କରିଛନ୍ତି। ମନ୍ତ୍ରୀ କୋରାପୁଟ ପହଞ୍ଚିବା ପରେ ଦଳୀୟ ନେତା ଓ କର୍ମୀ ସ୍ୱତନ୍ତ୍ର ସର୍କିଟ ହାଉସରେ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ। ମଧ୍ୟାହ୍ନ ଭୋଜନ ପରେ ମନ୍ତ୍ରୀ ଶ୍ରୀ ପାତ୍ର ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଭି, କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ବୈଠକରେ ମନ୍ତ୍ରୀ ଉଦବୋଧନ ଦେଇ ଖାଉଟି ଓ ଚାଷୀଙ୍କ ସ୍ବାର୍ଥ ପ୍ରତି ସରକାରଙ୍କ ପ୍ରାଥମିକତା ରହିବ ବୋଲି କହିଥିଲେ ।


ସଠିକ ସମୟରେ ଲୋକଙ୍କୁ ରାସନ ଯୋଗାଣ କରାଇବାକୁ ଗୁରୁତ୍ବ ଦେବା ସହ ଚାଉଳ,ଗହମ, ତେଲ ସାବୁନ ,ଡାଲି ଭଳି ଅତ୍ୟାବଶକ ସାମଗ୍ରୀ ସୁଲଭ ମୁଳ୍ୟରେ କାର୍ଡଧାରିଙ୍କୁ ଯୋଗାଇବା ନେଇ ସରକାର ଚିନ୍ତା କରୁଥିବା ମନ୍ତ୍ରୀ କହିଥିଲେ । କାର୍ଡ ପାଇବାରେ ବଂଚିତ ଗରୀବ ଲୋକଙ୍କୁ ଚିହ୍ନଟ କରି କାର୍ଡ ବଣ୍ଟନ କରାଯିବା ନେଇ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି । ଅତ୍ୟାବଶ୍ୟକ ଜିନିଷର ବେଆଇନ ଭାବେ ଦରଦାମ ବୃଦ୍ଧି କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଧାନ କିଣିବା ବେଳେ ଚାଷୀ କଟନି ଛଟନିର ଶିକାର ହେବେ ନାହିଁ ବୋଲି ସେ ଚାଷୀଙ୍କୁ ଭରସା ଦେଇଛନ୍ତି । ସରକାରଙ୍କ ଧାର୍ଯ୍ୟ ସର୍ବନିମ୍ନ ଦରରେ ଚାଷୀଙ୍କ ଠାରୁ ଧାନ କିଣାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ସମୀକ୍ଷା ବୈଠକରେ ପଟ୍ଟାଙ୍ଗି ବିଧାୟକ ରାମ ଚନ୍ଦ୍ର କାଡାମ, କୋରାପୁଟ ବିଧାୟକ ରଘୁରାମ ମାଛ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, କୋଟପାଡ ବିଧାୟକ ରୂପ ଭତ୍ରା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରି ଦେବାଶିଷ ପଟ୍ଟନାୟକ,କୋରାପୁଟ ଉପ ଜିଲ୍ଲାପାଳ ବେଣୁଧର ଶବର, ଜୟପୁର ଉପ ଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦୀପ ପଣ୍ଡାଙ୍କ ସମେତ ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ । ସେହିଭଳି କୋରାପୁଟ ଜିଲ୍ଲାରେ ବିଜ୍ଞାନ ପାର୍କ ସ୍ଥାପନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *