ଖଇରା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ଭିନ୍ନକ୍ଷମଙ୍କୁ ପ୍ରଦାନ କଲେ ଟ୍ରାଇ ସାଇକେଲ୍

ବାଲେଶ୍ବର,୨/୮–ବାଲେଶ୍ବର ଜିଲ୍ଲା ଖଇରା ବ୍ଳକ ଅଧୀନସ୍ଥ ରଟିଣା ପଞ୍ଚାୟତର ପନାଶ ଗଢିଆର ଜଣେ ଭିନ୍ନକ୍ଷମ ମହିଳା ଜୟନ୍ତୀ ମୁଦୁଲିଙ୍କୁ ଖଇରା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ଏକ ଟ୍ରାଇ ସାଇକେଲ୍ ପ୍ରଦାନ କରିଛନ୍ତି । ଶ୍ରୀ ବଳଙ୍କ କହିବା ଅନୁଯାଇ ଲକ୍ ଡାଉନ ସମୟରେ ଜନହିତ ଯୁବକ ସଂଘ ସଦସ୍ୟ ମାନେ ଏହିଭଲି ଦୁଇଟି ଭିନ୍ନକ୍ଷମ ସମସ୍ୟା ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଦୁଇଜଣ ଯାକ ଚାଲି ପାରୁ ନ ଥିଲେ, ପ୍ରଥମେ ରଟିଣା ପଞ୍ଚାୟତର ତୁମ୍ଭାପଦି ଗ୍ରାମରେ ଗଦାଧରଙ୍କୁ ଏକ ହୁଇଲ ଚିଆର ପ୍ରଦାନ କରିଥିଲେ ଏବଂ ପରେ ଜୟନ୍ତୀ ମୁଦୁଲିଙ୍କୁ ଏକ ଟ୍ରାଇ ସାଇକେଲ୍ ପ୍ରଦାନ କରିଥିଲେ । କ୍ରେଡିଟ୍ ଜନହିତ ଯୁବକ ସଂଘ ଏବଂ ଜୟନ୍ତୀଙ୍କ ପରିବାର ବିଡିଓଙ୍କୁ ଓ ଜନହିତ ଯୁବକ ସଂଘର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ୍ ଜାଣଇଛନ୍ତି ।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ