ଖଇରା ଜନଜାଗରଣ ମଞ୍ଚର କରୋନା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ

ବାଲେଶ୍ଵର,୧୪/୪–ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ଠାରେ ଗଢିଉଠିଥିବା ଜନଜାଗରଣ ମଞ୍ଚ ସାମ୍ପ୍ରତିକ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ସଚେତନ କରାଇବାରେ ଲାଗିପଡିଛି । ଲୋକମାନେ କିପରି ମହାମାରି କରୋନା ଠାରୁ ରକ୍ଷା ପାଇବେ ସେଥିପାଇଁ ମଞ୍ଚର କର୍ମକର୍ତ୍ତାମାନେ ପରିଶ୍ରମ କରି ଲୋକମାନଙ୍କ ପାଖକୁ ଯାଇ ସଚେତନ କରୁଛନ୍ତି । କେବଳ ସଚେତନ କରୁନାହାନ୍ତି ତା’ ସହିତ ଗ୍ରାମର ଗରିବ, ହରିଜନ,ଆହିବାସୀ, ବୃଦ୍ଧଵୃଦ୍ଧା, ନିରାଶ୍ରୟ,ଭିନ୍ନକ୍ଷମ, ଅସହାୟ ମାନଙ୍କୁ ସାବୁନ୍ ଓ ମାକ୍ସ ପ୍ରଦାନ କରି ଭଲ ଭାବରେ ହାତ ଧୋଇବା, ଘରୁ ବାହାରକୁ ଗଲେ ମାକ୍ସ୍ ପିନ୍ଧିବା, ସାମାଜିକ ଦୂରତା ବଜାଇ ରଖିବା , ଜନଗହଳି ଠାରୁ ଦୂରେଇ ରହିବା ଇତ୍ୟାଦି ବିଷୟରେ ସଚେତନ କରାଉଛନ୍ତି । ଏହି କାର୍ଯ୍ୟକ୍ରମ ଚଳିତ ମାସ ୧୨ ତାରିଖ ଠାରୁ ପ୍ରଥମେ ସୁଣ୍ଢିରାଗଣ୍ଡିବେଡ ପଞ୍ଚାୟତର ସୁଣ୍ଢିରାଗଣ୍ଡିବେଡ ଗ୍ରାମରୁ ଆରମ୍ଭ ହୋଇ ବ୍ଲକର ବିଭିନ୍ନ ଗ୍ରାମରେ ଜାରି ରଖିଛି । ଆଜି ମଧ୍ୟ ଖଇରା ପଞ୍ଚାୟତର ପୁରସ୍ତମପୁର ଓରଫ ଖଇରା,ବଣପାରିଆ, ଜିଆଣିପଦା,ନଟାପଡା ଓ ସାରଗାଁ ପଞ୍ଚାୟତର କାକୁଡିଆ ଗ୍ରାମର ଗରିବ,ହରିଜନ, ଆଦିବାସୀ, ଅସହାୟ, ଭିନ୍ନକ୍ଷମ ବୃଦ୍ଧଵୃଦ୍ଧାଙ୍କୁ ମଞ୍ଚ ସାବୁନ୍ ଓ ମାକ୍ସ ପ୍ରଦାନ କରି ସଚେତନ କରିଛି । ଏଥିରେ ମଞ୍ଚର ସଭାପତି ଉମେଶ ଚନ୍ଦ୍ର ନାୟକ, ସମ୍ପାଦକ ନିରଞ୍ଜନ ବେହେରା, ସଭ୍ଯ ପଣ୍ଡିତ କୃଷ୍ଣଚନ୍ଦ୍ର ପତ୍ରୀ, ମାୟାଧର ନାୟକ, ଦେବେନ୍ଦ୍ର ପ୍ରସାଦ ରାଉତ,ବୁଦ୍ଧିରାମ ପାଣିଗ୍ରାହୀ, କୈଳାସ ପୃଷ୍ଟି, ନରେନ୍ଦ୍ର ପ୍ରସାଦ ବେହେରା,ଖଇରା ସରପଞ୍ଚ ସୁଦର୍ଶନ ସେଠୀ,ବଳରାମ ଲେଙ୍କା ପ୍ରମୁଖ ଅଂଶ ଗ୍ରହଣକରି ଥିଲେ । ଏହି କାର୍ଯ୍ୟକ୍ରମ ଆହୁରି ୩ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ମଞ୍ଚ ସଭାପତି ଶ୍ରୀ ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ