01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପଛ ପାର୍ଶ୍ବରେ ଭାସୁଛି ମୃତ ନବଜାତ ଶିଶୁ

ବାଲେଶ୍ୱର,୫/୧୨–ବାଲେଶ୍ବର ଜିଲ୍ଲା ଖଇରା ଥାନା ନିକଟ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପଛପଟ ଡ୍ରେନରେ ଏକ ମୃତ ନବଜାତ ଶିଶୁ ପଡ଼ି ରହିଥିବାର ଦେଖିବାକୁ ମିଳିଥିଲା । ଏକଥା ବିଦ୍ଯୁତ୍ ବେଗରେ ଖେଳିଯିବା ପରେ ଦେଖିବା ପାଇଁ ବହୁ ଲୋକଙ୍କ ଭିଡ ଲାଗିଥିଲା । ମୃତ ନବଜାତ ଶିଶୁରଟି କାହାର ବୋଲି ଜଣାପଡି ନାହିଁ କିମ୍ବା ଡାକ୍ତରଖାନା ତରଫରୁ କୌଣସି ସୂଚନା ମିଳିପାରୁ ନାହିଁ । ତେବେ ନବଜାତ ଶିଶୁଟି ପୁଅ ବୋଲି ଜଣାପଡ଼ିଛି । ଏବିଷୟରେ ଖବର ପାଇ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ପୋଲିସ ସୁତ୍ରରୁ ଖବର ମିଳିଛି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *