02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଖଇରପୁଟ ବ୍ଲକରେ ଭାରତ ବନ୍ଦର ଆଂଶିକ ପ୍ରଭାବ


ମାଲକାନଗିରିଜିଲ୍ଲା/ଖଇରପୁଟ(ସଖପ୍ର):ଆଜି ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଖଇରପୁଟରେ ଆଂଶିକ ବନ୍ଦ ଓ କୁଡ଼ୁମୁଲୁଗୁମ୍ମାରେ କୌଣସି ପ୍ରଭାବ ପଡିନଥିବା ଦେଖିବାକୁ ମିଳିଛି । ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହି ବନ୍ଦ ଡାକରାର ପ୍ରଭାବ ପ୍ରାୟତଃ କିଛି ଅଞ୍ଚଳରେ ପଡ଼ିଥିବାର ଦେଖିବାକୁ ମିଳିଛି । ଆଜି କେବଳ ଦୋକାନ ବଜାର ସହିତ ଅନ୍ୟ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ ଅନ୍ୟ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଖୋଲିବାକୁ ଅନୁମତି ଦିଆଯାଇଛି । ଅଫିସ୍ ଖୋଲା ରହିବା ହେତୁ ଯାନବାହାନ ଚଳାଚଳ ମଧ୍ୟ ସ୍ବଭାବିକ ରହିଛି । G.S.T ସରଳୀକରଣ, E.କମର୍ସ ବ୍ୟବସାୟୀଙ୍କ ବିସ୍ତାର ବାଦ ନୀତି ଉପରେ ସରକାରୀ ନିୟନ୍ତ୍ରଣ ଓ ଖାଦ୍ୟ ନିରାପତ୍ତା ମାନ ଆଇନରେ ଥିବା କଠୋର ଜୋରୀମାନା ବ୍ୟବସ୍ଥା ଉଚ୍ଛେଦ ଦାବୀରେ ଆଜି ସର୍ବଭାରତୀୟ ବ୍ୟବସାୟୀ ସଂଘ ଭାରତ ବନ୍ଦ ଡାକରା ଦେଇଛି । ଖଇରପୁଟ ଥାନା ଅଧିକାରୀ ଓ କୁଡ଼ୁମୁଲୁଗୁମ୍ମା ଥାନା ଅଧିକାରୀ ଉଭୟ ଜଣାଇଲେ ଯେ କୌଣସି ହିଂସାକାଣ୍ଡ ହୋଇନାହିଁ ଓ ଶାନ୍ତି ଶୃଙ୍ଖଳା ସହିତ ବନ୍ଦ ଡାକରା ପାଳନ ହୋଇ ଥିଲା ।

ମାଲକାନଗିରି ଜିଲ୍ଲା ପ୍ରତିନିଧି ଗଣେଶ ଚନ୍ଦ୍ର ପଟ୍ଟନାୟକ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *