02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ଅନିୟମିତତା.

ମାଲକାନଗିରି (ସ.ଖ.ପ୍ର): ମାଲକାନଗିରି ଜିଲ୍ଲାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ବିଭିନ୍ନ ସ୍ଥାନରେ ଅନିୟମିତତା ହୋଇଛି |ବର୍ତ୍ତମାନ କୁଡ଼ୁମୁଲୁଗୁମା ପଂଚାୟତ ଦୋରାଗୁଡ଼ା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଦ୍ୱାରା ହେଉଥିବା ଡ୍ୟାମରେ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି |ଏହି ଡ୍ୟାମ କାମ ପ୍ରାୟ ୮ ବର୍ଷ ହେଲା ଚାଲିଛି, ସାରିବାର ନାମ ନେଉନି |ଯେଉଁମାନଙ୍କ ଜାଗାରେ ତାହା ହୋଇଛି ତାଙ୍କୁ ଏବେ ପର୍ଯ୍ୟନ୍ତ ସହାୟତା ରାଶି ମିଳିନାହିଁ ବୋଲି ଅଭିଯୋଗ ହୋଇଛି |ସେହି ଅଂଚଳବାସୀ ଅଭିଯୋଗ କରୁଛନ୍ତି ଯେ ଠିକାଦାର ଓ ସେହି ବିଭାଗର ସରକାରୀ କର୍ମଚାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ କାମ ସରୁନି ଓ ଲୋକେ ତାଙ୍କର ପ୍ରାପ୍ୟ ପାଇ ପାରୁନାହାନ୍ତି |ଲୋକେ ଜନାପତିନିଧି ଓ ପ୍ରଶାସନକୁ ଜଣାଇଲେ ମଧ୍ୟ କିଛି ସୁଫଳ ମିଳିନି ବୋଲି ଅଭିଯୋଗ କରିଛନ୍ତି |ଯଥାଶୀଘ୍ର ଏହି କାମର ତଦନ୍ତ କରାଯାଇ କିଏ ଏଥିରେ ଦୋଷୀ ତାଙ୍କୁ ଦଣ୍ଡିତ କରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି |ଦେଖିବାକୁ ବାକିରହିଲା କେବେ ପ୍ରଶାସନ ଏମାନଙ୍କ ଦୁଃଖ ଶୁଣୁଛି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *