କ୍ଷୁଦ୍ର ଜଳସେଚନ ଦ୍ବାରା ନିର୍ମିତ ଚେକଡ୍ୟାମ୍ ନିମ୍ନମାନର ନିର୍ମାଣ କରି ଅସାଧୁ କର୍ମଚାରୀ ମାଲାମାଲ
ଆନନ୍ଦପୁର: ହାଟଡିହୀ ବ୍ଲକ ଜଳସେଚନ ବିଭାଗର କ୍ଷୁଦ୍ର ଜଳସେଚନ ମାଧ୍ୟମରେ ପାଣି ସଞ୍ଚିତ କରି ବିଭିନ୍ନ କ୍ଷେତ୍ରରେ ବିନିଯୋଗ କରି ଚାଷ କ୍ଷେତ୍ରରେ ବିନିଯୋଗ ହୋଇଥାଏ । ଏହାକୁ ନେଇ ହାଟଡିହି ବ୍ଲକ ପଢିଆରୀପଲ୍ଲୀ ଅନ୍ଧାରୀ ନାଳ ଉପରେ ଚେକଡ୍ୟାମ୍ ନିର୍ମାଣ ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲା ।
ବିଭାଗ ପକ୍ଷରୁ ଅନ୍ଧାରୀ ନାଳରେ ତିନୋଟି ଚେକଡ୍ୟାମ୍ ପାଇଁ ଅନୁଦାନ ଦିଆଯାଇଥିଲା । ଏଥିରେ ପ୍ରଥମେ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଯାଇଥିବା ଅନ୍ଧାରୀ ନାଳ ଉପରେ ଚେକଡ୍ୟାମ୍ ପାଇଁ 18 ଲକ୍ଷ 39 ହଜାର ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା। ଏଥିରେ ଗଛିତ ପାଣି ଗୋରୁ ଗାଈ ପାଣି ପିଇବା ସହିତ ନାଳ ପାଖରେ ଥିବା ସମସ୍ତ ଜମିରେ ଧାନ ଚାଷସହ ପନିପରିବା ହୋଇ ପାରିବ ବୋଲି ଚାଷୀମାନେ ଆଶା ରଖିଥିଲେ । ବିଭାଗ ଯନ୍ତ୍ରୀ,ଠିକାଦାର ଓ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ସଲାସୁତୁରା ହୋଇ ଅତି ନିମ୍ନମାନର କାମ କରିଥିବାରୁ ଚେକଡ୍ୟାମରେ ପାଣି ରହୁ ନଥିବା ଜଣାପଡ଼ିଛି । ଆଗରୁ ମାଟି ବନ୍ଧ ନିର୍ମିତ କରାଯାଇ ତା ଉପରେ ଯାତାୟତର ସୁବିଧା ହେଉଥିବା ବେଳେ ସେହି ଚେକଡ୍ୟାମରେ 3 ଫୁଟରୁ ଅଧିକ ପାଣି ଧରି ରହିଥାଏ ।ଯାହାଫଳରେ ପମ୍ପ ମାଧ୍ୟମରେ ଚାଷୀମାନେ ଚାଷ ଜମିକୁ ପାଣି ମଡାଇ ବିଭିନ୍ନ ପ୍ରକାର ପନିପରିବା କରି ପାରୁଥିଲେ। ଖରାଦିନ ସେହି ନାଳ ପାଣିକୁ ପିଇବା ପାଇଁ ଗୋରୁ ଗାଈ ନିର୍ଭରଶୀଳ ହୋଇ ଥାଆନ୍ତି । କିନ୍ତୁ 18 ଲକ୍ଷ 39 ହଜାର ଟଙ୍କାର କାର୍ଯ୍ୟକରି ପାଣି ରହୁ ନଥିବା ଜଣା ପଡିଛି। ସମସ୍ତ ଗ୍ରାମବାସୀ ମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି ।ଏଥିପ୍ରତି ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି।