02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋଳି ଖାଇ ମଞ୍ଜି ପୋତିଛନ୍ତି ସହକାରୀ ଯନ୍ତ୍ରୀ…

ମାଲକାନଗିରି (ସଖପ୍ର): ମାଲକାନଗିରି ଜିଲାକୁ ଅଫିସର ଆସିବାକୁ ଡରନ୍ତି, କିନ୍ତୁ ଆସିଲାପରେ ଛାଡ଼ିଯିବାକୁ ଇଛା ପ୍ରକାଶ କରନ୍ତିନାହିଁ |ଏପରି ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସହକାରୀ ଯନ୍ତ୍ରୀ ଅକ୍ଷୟ କୁମାର ରାଉତ |ସେ ଜିଲ୍ଲାରେ ୨୬ ବର୍ଷ ପୂର୍ବରୁ କନିଷ୍ଠ ଯନ୍ତ୍ରୀ ହିସାବରେ ପୂର୍ତ୍ତ ବିଭାଗରେ ଯୋଗ ଦେଇଥିଲେ |ଏବେ ସେ ସହକାରୀ ଯନ୍ତ୍ରୀ ହୋଇଗଲେଣି |ସେ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଗୋବିନ୍ଦପାଲିରେ ସରକାରୀ କ୍ଵାର୍ଟର ରହୁଛନ୍ତି |ସେ ସେଠାରେ ଅଟ୍ଟାଳିକା ତିଆରି କରି ଭଡା ସୂତ୍ରରେ ଲଗାଇଛନ୍ତି |ଶୁଣିବାକୁ ମିଳୁଛି ମାଲକାନଗିରିରୁ ସୁଦୂର ତାଙ୍କ ନିଜ ଜିଲ୍ଲା ବାଲେଶ୍ୱର ମଧ୍ୟରେ ବିଭିନ୍ନ ସ୍ଥାନରେ ଅଟ୍ଟାଳିକାମାନ ତିଆରି କରିଛନ୍ତି |ତାଙ୍କର ଟ୍ରାନ୍ସଫର ହେଲେ ମଧ୍ୟ କ୍ଵାର୍ଟର ଛାଡ଼ୁନାହାନ୍ତି |ଏଠାରେ ପାଇଥିବା ଯନ୍ତ୍ରୀ ଜଣକ ଜୟପୁରରେ ରହୁଛନ୍ତି |ଏ ବିଷୟରେ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ଶ୍ରୀ ରାଉତ ଗୋବିନ୍ଦପାଲି ଠାରୁ ମହୁପଦର ରାସ୍ତାର ତଦାରଖ କରୁଛନ୍ତି ତେଣୁ ସେଠାରେ ରହିଛନ୍ତି |ବହୁତ ସମୟରେ ତାଙ୍କ ବିରୁଦ୍ଧରେ ଦୁର୍ନୀତିର ଅଭିଯୋଗ ହୋଇଥିଲେ ମଧ୍ୟ ତାଙ୍କୁ କେହି ହାତ ମାରିପାରୁନାହାନ୍ତି |ଜଣେ କର୍ମଚାରୀ ଗୋଟିଏ ସ୍ଥାନରେ ଏତେ ବର୍ଷ ରହିବା ବୋଧେ ଭାରତରେ ବିରଳ |ଦେଖିବାକୁ ବାକିରହିଲା କେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *