November 18, 2025

Sabubarga Khabar

All category news

କୋରୁକୋଣ୍ଡାରେ ନୁତନ ପୋଲିସ ଥାନା ଉଦ୍‌ଘାଟିତ

ମାଲକାନଗିରି :ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ନିମନ୍ତେ ଆଜି ଏକ ନୂତନ ଥାନାର ଉଦ୍ଘାଟନ ହୋଇଯାଇଛି । ଜିଲ୍ଲା ସଦରରେ ଥିବା ଆଦର୍ଶ ଥାନା ଅଧୀନରେ ଥିବା କୋରୁକୋଣ୍ଡା ବ୍ଲକ ଅଂଚଳ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତି ଅନୁଯାୟୀ ଆଜି ଏହି ନୂତନ ପୋଲିସ ଥାନା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥଙ୍କ ଦ୍ୱାରା ଉଦ୍ଘାଟିତ ହୋଇ ଯାଇଛିା କୋରୁକୋଣ୍ଡା ଠାରେ କୌଣସି ସରକାରୀ ଘର ନଥିବାରୁ ଥାନା ପାଇଁ ନୂତନ କୋଠା ନିର୍ମାଣ ହେବା ପର୍ଯ୍ୟନ୍ତ ଏହି ଥାନାଟି ମାଲକାନଗିରି ଆଦର୍ଶ ଥାନା ଉପର ମହଲାରେ କାର୍ଯ୍ୟକ୍ଷମ କରାଯାଇଛି । ଏହି ନୂତନ ଥାନା ଦ୍ୱାରା କୋରୁକୋଣ୍ଡା ବ୍ଲକ ସଦର ମହକୁମା ସହ ମୋଟ ୯ ଟି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ । ମାଲକାନଗିରି ଆଦର୍ଶ ଥାନାର ଆଇ.ଆଇ.ସି. ରିଗାନ କିଣ୍ଡୋ ଏହି କୋରୁକୋଣ୍ଡା ଥାନା ଆଇ ଆଇ ସି ଦାୟିତ୍ୱରେ ଥିଲା ବେଳେ ଦୁଇଜଣ ସବ୍ ଇନିସ୍ପେକ୍ଟର, ତିନିଜଣ ଏ.ଏସ୍‌,ଆଇଙ୍କୁ ନେଇ ଏହି ଥାନା ପରିଚାଳିତ ହେବ ବୋଲି ଶ୍ରୀ ରଥ ପ୍ରକାଶ କରିଛନ୍ତି । ଏହି ସମୟରେ କୋରୁକୋଣ୍ଡା ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁଡି, ସାଂସଦ ପ୍ରତିନିଧି ସତ୍ୟ ପାଣିଗ୍ରାହି, ଏସ୍‌.ଡି.ପି.ଓ ସଚିନ ପଟେଲ, ଦିନେଶ ନାୟକ, ଯଦୁମଣୀ ଜେନାଙ୍କ ସହ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟର ପୋଲିସ ପଦାଧିକାରୀ, ମାଲକାନଗିରି ଏବଂ କୋରୁକୋଣ୍ଡା ଥାନାର ଅଧିକାରୀ ଓ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.