11/13/2025

Sabubarga Khabar

All category news

କୋରାପୁଟ ସ୍ୱର୍ଗଦ୍ୱାରର ପାଣି ସମସ୍ୟା ସମାଧାନ କରାଯିବ

କୋରାପୁଟଜିଲ୍ଲା ୪/୧୨(ସଖପ୍ର): କୋରାପୁଟ ସ୍ୱର୍ଗଦ୍ୱାରରେ ରହିଥିବା ପାଣି ସମସ୍ୟା ସମାଧାନ କରାଯିବ ବୋଲି ନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦାର ପ୍ରକାଶ କରିଛନ୍ତି। କୋରାପୁଟ ମ୍ୟୁନସିପାଲଟିର ପୂର୍ବତନ ଅଧ୍ୟକ୍ଷ ଭଗବାନ ବାହିନିପତି,ବରିଷ୍ଠ ନାଗରିକ ଭବାନୀ ଅଚାର୍ଯ୍ୟ, ତ୍ରୀନାଥ ଗୁରୁ, ଲକ୍ଷ୍ମୀ ପାଣିଗ୍ରାହୀ ପ୍ରମୁଖ ସ୍ୱର୍ଗଦ୍ୱାରରେ ରହିଥିବା ସମସ୍ୟା ଉପରେ ନିର୍ବାହୀ ଅଧିକାରୀ ଶ୍ରୀ ଜମାଦାରଙ୍କ ସହ ଆଲୋଚନା କରିଥିଲେ। ସମସ୍ୟାଗୁଡିକ ସମାଧାନ କରାଯିବ ଓ ଜନ ସାଧାରଣ ଶବଦାହ ସମୟରେ କୌଣସି ପ୍ରକାର ଅସୁବିଧା ଅନୁଭବ କରିବେ ନାହିଁ।ସ୍ୱର୍ଗଦ୍ୱାରର ଉନ୍ନତିକରଣ କାମ ଚାଲିଛି ଶେଷ ହେବା ମଧ୍ୟରେ ଆଲୋକୀକରଣ, ଜଳ ଯୋଗାଣ ଓ ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ଜମାଦାର ସୂଚନା ଦେଇଛନ୍ତି।

କୋରାପୁଟ ପ୍ରତିନିଧି ପବିତ୍ର ମୋହନ ସେଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *