01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋରାପୁଟ ସ୍ଥିତ ସଦଭାବନା ସଭାଗୃହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

କୋରାପୁଟ: ଅଭିଭକ୍ତ କୋରାପୁଟ ଜିଲ୍ଲାର ଚାରୋଟି ଜିଲ୍ଲା କୋରାପୁଟ, ନବରଙ୍ଗପୁର,ମାଲକାନଗିରି ଏବଂ ରାୟଗଡାକୁ ନେଇ ଏକ ସମୀକ୍ଷା ବୈଠକ କୋରାପୁଟ ସ୍ଥିତ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସମୀକ୍ଷା କରିଛନ୍ତି ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ।ଏହି ସମୀକ୍ଷା ବୈଠକରେ ଅଭିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ବିଧାୟକ ଏବଂ ଶିକ୍ଷା ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ବିଦ୍ୟାଳୟ ଗୁଡିକରେ ଲାଗି ରହିଥିବା ବିଭିନ୍ନ ସମସ୍ୟା, ମଧ୍ୟାହ୍ନ ଭୋଜନ ପରିଚାଳନା ଉପରେ ଆଲୋଚନା କରିଥିଲେ ମନ୍ତ୍ରୀ।ଅନ୍ୟ ମାନଙ୍କ ମଧ୍ୟରେ ମଞ୍ଚରେ ମଞ୍ଚାସୀନ ଥିଲେ ହସ୍ତତନ୍ତ ଏବଂ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଏବଂ କୋରାପୁଟ ଜିଲ୍ଲାପାଳ ଶ୍ରୀ ମଧୁସୂଦନ ମିଶ୍ର।
କୋରାପୁଟରୁ ଭବାନୀ ପାଢ଼ୀଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *